ହୋମଗାର୍ଡ ସଂଘ ଦଶାହ କାର୍ଯ୍ୟରେ ସହଯୋଗର ହାତ ବଢ଼ାଇଲେ

add-all

ଫୁଲବାଣୀ : କନ୍ଧମାଳ ଜିଲ୍ଲା ସଦର ଥାନାରେ କାର୍ଯ୍ୟରତ ହୋମଗାର୍ଡ ସଂଘ କର୍ମକର୍ତ୍ତା ସମ୍ପାଦକ ସପନ କୁମାର ମିଶ୍ରଙ୍କ ମାଁ ବିଳାସିନୀ ମିଶ୍ରଙ୍କର ମୃତ୍ୟୁବରଣ ହୋଇଥିଲା l ଆଜି ନିଜସ୍ୱ ଗ୍ରାମରେ ମୃତ ବିଳାସିନୀ ମିଶ୍ରଙ୍କ ଦଶାହ କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା। ତାଙ୍କ ଦଶାହ କାର୍ଯ୍ୟରେ କନ୍ଧମାଳ ଜିଲ୍ଲା ହୋମଗାର୍ଡ ସଂଘ
କର୍ମକର୍ତ୍ତାଙ୍କ ଆଲୋଚନା ପ୍ରକାରେ ମିଶ୍ର ପରିବାରର ଦୁଃଖଦ ସମୟରେ ଉପସ୍ଥିତ ରହି ମୃତ ବିଳାସିନୀ ମିଶ୍ରଙ୍କ ଫୋଟୋ ଚିତ୍ର ଉପରେ ପ୍ରଦିପ ପ୍ରଜ୍ବଳନ କରି ତାଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ଭଗବାନଙ୍କ ନିକଟରେ ପ୍ରାର୍ଥନା କରିଥିଲେ।
କୌଣସି ସରକାରୀ ସହାୟତା କିମ୍ବା ୱେଲଫର୍ ଫଣ୍ଡ ନଥିବାରୁ ସୁବିଧା ଅସୁବିଧାରେ ଏହି ସଂଘ ନିଜ୍ ନିଜ ଭିତରେ ଚାନ୍ଦା କରି ସହଯୋଗ ର ହାତ ବଢାଇ ଥାନ୍ତି l
ଉକ୍ତ କାର୍ଯ୍ୟକ୍ରମରେ କନ୍ଧମାଳ ଜିଲ୍ଲା ଶୃଙ୍ଖଳିତ ପଞ୍ଜୀକୃତ ହୋମଗାର୍ଡ ସଂଘ କର୍ମକର୍ତ୍ତା ସଭାପତି ପ୍ରଭାତ କୁମାର ସାହାଣୀ, ଆବାହକ ତଥା ଉପ ସଭାପତି ବିରାଜ କୁମାର ପ୍ରଧାନ କୋଷାଧ୍ୟକ୍ଷ ଶେଖ୍ ରିହାଜୁଦନ, କାର୍ଯ୍ୟକାରୀ ସଭାପତି ଅଖୟ କୁମାର ରାୟ, ରବି ଶଙ୍କର ବାରିକ, ମିଡ଼ିଆ ସମ୍ପାଦକ ସାମ୍ବାଦିକ କୁନା ଦିଗାଲ, ସଂଘ କର୍ମକର୍ତ୍ତା ଜୟନ୍ତୀ ଚୈଧୁରୀ, ସାଫରିନ ଖାନ୍,ନୃସିଂହ ଡାକୁଆ ସ୍ବାଧିନ ଦିଗାଲ, ସୋମଦତ ସାହାଣୀ, ଗଣେଶ କହଁର,ଲିଲିମା କହଁର , ଅଜିତ ପ୍ରଧାନ, ଜଳନ୍ଧର କହଁର, ଦୈତାରି ଦିଗାଲ ଏବଂ ଅନ୍ୟ ଶୃଙ୍ଖଳିତ ହୋମଗାର୍ଡ କର୍ମଚାରୀ ମାନେ ଉପସ୍ଥିତ ଥିଲେ l

ad-week
Leave A Reply

Your email address will not be published.