ନୟାଗଡ଼ ଜିଲ୍ଲାରେ ଡିସେମ୍ବର ୨୭ରେ ଧାନ କିଣାର ଶୁଭାରମ୍ଭ

ନୟାଗଡ଼: ନୟାଗଡ଼ ଜିଲ୍ଲାରେ ଡିସେମ୍ବର ୨୭ ତାରିଖ ରୁ ଧାନକିଣା ଶୁଭାରମ୍ଭ ହେବ । ଏହି ଧାନ କିଣା ପ୍ରକ୍ରିୟାରେ ୧୬ ଜଣ ମିଲର ସାମିଲ ହେବେ ବୋଲି ଜିଲ୍ଲା ଯୋଗାଣ ବିଭାଗ ତରଫରୁ ସୂଚନା ମିଳିଛି । ଡିସେମ୍ବର ୨୪ ତାରିଖରେ ଏହି ମିଲର ଙ୍କ ସହ ଏଗ୍ରିମେଣ୍ଟ ହେବ ବୋଲି ଜଣା ପଡିଛି ।ଚଳିତ ବର୍ଷ ନୟାଗଡ଼ ଜିଲ୍ଲାରେ ପ୍ରାୟ ୫୩ ହଜାରରୁ ଉର୍ଦ୍ଧ୍ବ ଚାଷୀ ଧାନ ବିକ୍ରି କରିବେ । ଜିଲ୍ଲାରେ ୧୫୪ ଟି ପାକ୍ସ ଜରିଆରେ ୧୬୫ ଟି ମଣ୍ଡିର ବ୍ୟବସ୍ଥା କରାଯାଇଛି । ଚଳିତ ବର୍ଷ କଟନୀ ଛଟନୀ ବ୍ୟବସ୍ଥା ବନ୍ଦ କରିବାକୁ ସରକାର ଘୋଷଣା କରିଥିବା ବେଳେ ଚାଷୀ ମାନେ କିପରି ସୁରୁଖୁରୁରେ ଧାନ ବିକ୍ରି କରିବେ ସମସ୍ତ ଯୋଜନା ଜିଲ୍ଲା ପ୍ରଶାସନ କରିବ ମାତ୍ର ବାସ୍ତବତା କଣ ହେବ ତା ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ନୟାଗଡ଼ ଜିଲ୍ଲାର ପ୍ୟାକ୍ସ ସଭାପତି ସଂଘ ଧାନକିଣା କୁ ପରବର୍ତ୍ତୀ। ବୈଠକ ପର୍ଯ୍ୟନ୍ତ ସ୍ଥଗିତ ରଖିବାକୁ ଘୋଷଣା କରିଥିବା ବେଳେ ମିଲର ଙ୍କ ମନମୁଖୀ କାର୍ଯ୍ୟକୁ ଆଦୌ ପ୍ରଶ୍ରୟ ଦିଆଯିବ ନାହିଁ ବୋଲି କହିଛନ୍ତି ।

ad-week
Leave A Reply

Your email address will not be published.