ଫୁଲବାଣୀ :- କନ୍ଧମାଳ ଜିଲ୍ଲାରେ ଧୁମଧାମରେ ବଡ଼ଦିନ ପାଳିନ ହେଉଛି। ବଡଦିନ ପର୍ବ ରେ ବିଭିନ୍ନ ବ୍ଲକ,ଗ୍ରାମ,ସହର ଆଲୋକ ମାଳରେ ସଜେଇ ହୋଇଛି ସାନ ଠୁଁ ବଡ଼ ଚର୍ଚ୍ଚ l ଆଗପରି ଆଉ ଭୟର ବାତାବରଣ ନାହିଁ । ବର୍ତ୍ତମାନ କନ୍ଧମାଳ ଜିଲ୍ଲା ଶାନ୍ତ ପରିବେଶ ରେ ରହିଛି l ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ପକ୍ଷରୁ ଗତ ଦିନ ତଳେ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ହୋଇଥିଲା ବିଭିନ୍ନ ଧର୍ମ, ସଂସ୍ଥା ଓ ଅଧିକାରୀ ଙ୍କୁ ଧରି ଶାନ୍ତି ବୈଠକ ହୋଇଥିଲା I ଉକ୍ତ ବୈଠକରେ ସବୁ ଧର୍ମର ପଣ୍ଡିତ ଆଚାର୍ଯ୍ୟ ଓ ବୁଦ୍ଧିଜୀବୀ ମାନେ ଉପସ୍ଥିତ ଥିଲେ l ସମସ୍ତେ ସବୁ ପର୍ବ ପରି ବଡଦିନ ପର୍ବ ମଧ୍ଯ ଖୁସିରେ ପାଳନ କରିବା ପାଇଁ ମତ ରଖିଥିଲେ ଲ ଫଳରେ ଫୁଲବାଣୀ ସମେତ ଜିଲ୍ଲାର ବାଲିଗୁଡା,ରାଇକିଆ, ଜି ଉଦୟଗିରି ଦାରି ଙ୍ଗବାଡ଼ିରେ ବିଭିନ୍ନ ଚର୍ଚ୍ଚରେ ବଡ଼ଦିନ ପାଳନ ହୋଇଛି । ବଡ଼ଦିନ ପର୍ବ ଯେପରି ଶାନ୍ତି ଶୃଙ୍ଖଳାର ସହ ପାଳନ ହେବ ସେଥିପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡାକଡ଼ି କରାଯାଇଛି। ଫଳରେ ବଡ଼ଦିନ ପାଇଁ ସମସ୍ତ ଚର୍ଚ୍ଚ ଚଳଚଞ୍ଚଳ ଦେଖାଦେଇଛି l ଚବିଶ ତାରିଖ ମଙ୍ଗଳବାର ମଧ୍ୟ ରାତ୍ରରେ ପ୍ରଭୁ ଯୀଶୁଖ୍ରୀଷ୍ଟ ଧରାବତରଣ କରିବେ ସେନେଇ ଜିଲ୍ଲାର ସମସ୍ତ ଚର୍ଚ୍ଚ ଓ ପ୍ରାର୍ଥନା ଗୃହ ଗୁଡିକରେ ବ୍ୟାପକ ପ୍ରସ୍ତୁତି ହୋଇଛି । ଚଳିତବର୍ଷ ବଡ଼ଦିନ ପର୍ବ ଯେପରି ଯାକ ଜକମରେ ପାଳିତ ହେବ ସେଥିପାଇଁ ଫୁଲବାଣୀ ଓ ବାଲିଗୁଡ଼ାର ବିଭିନ୍ନ କ୍ୟାଥଲିକ ଓ ବାପଟିଷ୍ଟ ଚର୍ଜ ରଙ୍ଗ ବେରଙ୍ଗର ଆଲୋକମାଳାରେ ସଜେଇ ହେଉଛି ।ପ୍ରାୟ ଅଧିକାଂଶ ଚର୍ଚ୍ଚ ପରିସରରେ ମାସେ ଆଗରୁ ନୃତ୍ୟ ଗୀତର ମଧ୍ୟ ପ୍ରାକ୍ଟିସ ଚାଲିଛି। ବଡ଼ଦିନ କି ଭଳି ଶାନ୍ତି ଶୃଙ୍ଖଳାର ସହିତ ପାଳନହେବ ସେ ନେଇ କନ୍ଧମାଳ ଆରକ୍ଷୀ ଅଧିକ୍ଷକ ହରିଶ ବି ସି ଙ୍କ ନିର୍ଦ୍ଦେଶରେ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡ଼ି କରାଯାଇଛି। ବିଭିନ୍ନ ସମ୍ବେଦନଶୀଳ ଅଞ୍ଚଳଗୁଡିକ ପ୍ରତି ସତର୍କ ଦୃଷ୍ଟି ରଖୁଛି ପୋଲିସ। ସଦର ମହକୁମା ଫୁଲବାଣୀ, ବାଲିଗୁଡା, ଜି. ଉଦୟଗିରି ସମେତ ଅନେକ ସ୍ଥାନରେ ପୋଲିସ ପକ୍ଷରୁ ଫ୍ଲାଗମାର୍ଚ୍ଚ କରାଯାଉଛି। ଏ ନେଇ ବହୁ ବରିଷ୍ଠ ପୋଲିସ ଅଧିକାରୀଙ୍କ ସମେତ ଇନ୍ସିପେକ୍ଟର, ସବ ଇନ୍ସପେକ୍ଟର ଓ ଏଏସ ଆଇ ସମେତ ପୋଲିସ ଫୋର୍ସ ମୁତୟନ କରାଯାଇଛି। ରାତ୍ରକାଳୀନ ପାଟ୍ରୋଲିଂ ବ୍ୟବସ୍ଥାକୁ କଡାକଡ଼ି କରାଯାଇଛି । ଖୋଦ ଏସ୍ ପି ହରିଶ ବି ସି ମଧ୍ଯ ବିଭିନ୍ନ ଅଞ୍ଚଳ ଗସ୍ତ କରି ପରିସ୍ଥିତି ଅନୁଧ୍ୟାନ କରୁଛନ୍ତି l
