ସ୍ୱଚ୍ଛତା ଓ ପରିସ୍କାର ପାଇଁ ଜାତୀୟ ସ୍ତରରେ ଆସିକା ଏ.ନ.ଏସି ପୁରସ୍କୃତ…

add-all


ବ୍ରହ୍ମପୁର: କେନ୍ଦ୍ର ସରକରଙ୍କ ଗୃହ ଓ ନଗର ଉନ୍ନୟନ ଏବଂ ବିଜ୍ଞାନ ଓ ପରିବେଶ ସଂସ୍ଥା ପକ୍ଷରୁ ଆସିକା ବିଜ୍ଞାପିତ ଅଞ୍ଚଳ ପରିଷଦ କୁ ନୂଆ ଦିଲ୍ଲୀ ଠାରେ ପୁରସ୍କୃତ କରାଯାଇଛି। ଏହି କାର୍ଯ୍ୟକ୍ରମ ରେ ଆସିକା ଏ ନ ଏ ସି ର କାର୍ଯ୍ୟନିର୍ବାହୀ ଅଧିକାରୀ ଲୋକନାଥ ବେଜ ଙ୍କୁ ବରିଷ୍ଟ ପଦାଧିକାରୀ ମାନେ ମାନ ପତ୍ର ପ୍ରଦାନ କରିଛନ୍ତି। ଗତ ତିନି ବର୍ଷ ହେଲା ଆସିକା ସହରକୁ ସ୍ୱଚ୍ଛତା ସହିତ ପରିସ୍କାର ଓ ପରିଚ୍ଛନ୍ନ କରିବା ପାଇଁ ଆଜି ସୁଦୂର ଦିଲ୍ଲୀରେ ଆଜି ଆସିକା ସହର ସୁନାମ ଅର୍ଜନ କରିଛି।ଆସିକା ସହରାଞ୍ଚଳର କଠିନ ବର୍ଜ୍ୟବସ୍ତୁକୁ ଉତ୍ତମ ପରିଚଳନା କ୍ଷେତ୍ରରେ ନିଜର ଶ୍ରେଷ୍ଟତ୍ୱ ପ୍ରତିପାଦନ ସହ ଉଲ୍ଲେଖନୀୟ ସଫଳତା ହାସଲ କରିଥିବା ଜଣା ପଡିଛି। ଆସିକା ବିଜ୍ଞାପିତ ଅଞ୍ଚଳ ପରିଷଦ ପୁରସ୍କୃତ ହେବା ପରେ ଅଞ୍ଚଳ ବାସୀଙ୍କ ମଧ୍ୟରେ ଆନନ୍ଦର ଲହରୀ ଖେଳି ଯାଇଛି।

ad-week
Leave A Reply

Your email address will not be published.