ଏଥର କୁମ୍ଭ ମେଳାରେ ଉଡିବେନି ମଶା ମାଛି

add-all

ନୂଆଦିଲ୍ଲୀ :  ଜାନୁଆରୀ ୧୩ ତାରିଖରୁ ପ୍ରୟାଗରାଜରେ ଆରମ୍ଭ ହେବାକୁ ଯାଉଛି ମହାକୁମ୍ଭ ମେଳା। ଏହି ମେଳା ଫେବୃଆରୀ ୨୬ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବାବେଳେ ଦେଶ ବିଦେଶରୁ ବହୁ ସାଧୁ ସନ୍ଥ ଏବଂ ଲକ୍ଷାଧିକ ଶ୍ରଦ୍ଧାଳୁ ଏଥିରେ ଯୋଗଦେବେ। ଧାର୍ମିକ ବିଶ୍ୱାସ ଅନୁଯାୟୀ, ମହାକୁମ୍ଭ ମେଳା ସମୟରେ ସ୍ନାନ କରିବା ଦ୍ୱାରା ସମସ୍ତ ପାପରୁ ମୁକ୍ତି ମିଳିଥାଏ । ମହାକୁମ୍ଭ ସ୍ଥଳକୁ ସ୍ଵଚ୍ଛ ଏବଂ ସୁନ୍ଦର ରଖାଯିବା ପାଇଁ ସବୁ ପ୍ରକାର ପ୍ରସ୍ତୁତି କରାଯାଇଛି।

ମେଳା ସମୟରେ ମାସାଧିକ କାଳ ଯେପରି ସେହି ସ୍ଥାନରେ ମଶା, ମାଛି ଉଡିବେ ନାହିଁ , ସେ ନେଇ ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଇଛି। ନୂଆ ବ୍ୟବସ୍ଥାରେ ସ୍ଵୟଂଚାଳିତ ମିଷ୍ଟ ବ୍ଲୋୟର ମେସିନ୍ ଲଗାଯିବ। ମୋଟ ହିସାବରେ କହିବାକୁ ଗଲେ ଚଳିତବର୍ଷ ମେଳାରେ ୧୧୦ଟି ବ୍ଲୋୟର ମେସିନ୍ ଓ ୧୦୭ଟି ମିନି ଫଗିଂ ମେସିନ୍ ବ୍ୟବହାର କରାଯିବ । ଶ୍ରଦ୍ଧାଳୁ ଏବଂ ସାଧୁସନ୍ଥ ମାନେ କିପରି ଆରାମଦାୟକ ଏବଂ ସ୍ଵଚ୍ଛ ପରିବେଶରେ ରହିପାରିବେ , ସେ ନେଇ ସମସ୍ତ ପ୍ରକାର ବ୍ୟବସ୍ଥା କରାଯିବ।

ad-week
Leave A Reply

Your email address will not be published.