୪ ଘଣ୍ଟାର ଜେରା ପରେ ଅଲ୍ଲୁ ଅର୍ଜୁନଙ୍କୁ ଛାଡ଼ିଲା ପୁଲିସ୍‌, ଏହି ସବୁ ପ୍ରଶ୍ନରେ କଲା ଘାଇଲା

add-all

ହାଇଦ୍ରାବାଦ :ବହୁ ଭାଷା ଭିତ୍ତିକ ଚଳଚ୍ଚିତ୍ର ପୁଷ୍ପା-୨ର ନାୟକ ତଥା ତେଲୁଗୁ ତାରକା ଅଲ୍ଲୁ ଅର୍ଜୁନଙ୍କୁ ୪ ଘଣ୍ଟା ଧରି ଘାଣ୍ଟିବାରେ ପରେ ଛାଡ଼ିଛି ତେଲଙ୍ଗାନା ପୁଲିସ୍‌। ଡିସେମ୍ବର ୪ ସନ୍ଧ୍ୟା ହଲ ଦଳା ଚକଟା ଘଟଣାରେ ପୁଲିସ୍‌ ତାଙ୍କୁ ଆଜି ଜେରା କରିଥିଲା।
ଦିନ ୧୧ଟାରୁ ଅଲ୍ଲୁ ଅର୍ଜୁନ ଥାନାରେ ପହଞ୍ଚିଥିବା ପରେ ତାଙ୍କୁ ଜେରା ଆରମ୍ଭ କରାଯାଇଥିଲା। ଏସିପି ରମେଶଙ୍କ ନେତୃତ୍ୱରେ ସ୍ୱତନ୍ତ୍ର ପୁଲିସ୍‌ ଟିମ ଅଲ୍ଲୁଙ୍କୁ ଜେରା କରିଥିଲା। ବିଶେଷ କରି ଦଳାଚକଟା ଘଟଣା ଦିନ କ’ଣ ସବୁ ହୋଇଥିଲା, ସେବିଷୟରେ ଅଲ୍ଲୁଙ୍କୁ ପଚରାଯାଉଛିତ।
୧- ସମୟ ପୂର୍ବରୁ ସନ୍ଧ୍ୟା ହଲ ପକ୍ଷରୁ ଆପଣଙ୍କୁ ଥିଏଟରକୁ ନ ଆସିବା ପାଇଁ କୁହାଯାଇଥିଲା କି?
୨- ପୁଲିସ୍‌ ପ୍ରିମିୟର ଶୋ’ଙ୍କୁ ଅନୁମତି ଦେଇ ନଥିବା କଥା ଆପଣଙ୍କୁ ଜଣା ଥିଲା ନା ନାହିଁ?
୩- ସନ୍ଧ୍ୟା ଥିଏଟରରେ ପ୍ରିମିୟର ଶୋ’ ପାଇଁ ଆପଣ ଅନୁମତି ମାଗିଥିଲେ କି? ଆପଣଙ୍କ ପାଖରେ ଏହାର କପି ରହିଛି କି?
୪- କ’ଣ ଆପଣ କିମ୍ବା ଆପଣଙ୍କ ପିଆର ଟିମ ପୁଲିସ ଠାରୁ ଅନୁମତି ନେଇଥିଲେ କି?
୫- ସନ୍ଧ୍ୟା ଥିଏଟର ସ୍ଥିତି କଥା କ’ଣ ପିଆର ଟିମ ଆପଣଙ୍କୁ ଆଗୁଆ ଜଣାଇଥିଲା କି?
୬- ପ୍ରିମିୟର ଶୋ’ ପାଇଁ କେତେ ଜଣ ବାଉନ୍ସରଙ୍କୁ ଆପଣ ନିଜ ସହ ନେଇଥିଲେ?
ଗତ ୪ ତାରିଖରେ ସନ୍ଧ୍ୟା ଥିଏଟରକୁ ‘ପୁଷ୍ପା-୨’ର ପ୍ରିମିୟର ଶୋ’ ଦେଖିବାକୁ ଅଲ୍ଲୁ ଅର୍ଜୁନ ଆସିଥିବା ବେଳେ ତାଙ୍କୁ ଦେଖିବାକୁ ଲୋକଙ୍କ ଭିଡ଼ ଜମି ଥିଲା। ଭିଡ଼ ଅଧିକ ହେବାରୁ ଦଳଚକଟା ହୋଇ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କର ୮ ବର୍ଷର ପୁଅ ୨୦ ଦିନ ହେଲାଣି କୋମାରେ ଅଛନ୍ତି।
ଏହି ଘଟଣା ପରେ ମୃତ ମହିଳାଙ୍କ ସ୍ୱାମୀଙ୍କ ଅଭିଯୋଗ ଆଧାରରେ ଡିସେମ୍ବର ୧୩ ତାରିଖରେ ଅଲ୍ଲୁ ଅର୍ଜୁନଙ୍କୁ ଗିରଫ କରିଥିଲା ପୁଲିସ। ସେ ଗୋଟିଏ ଦିନ ଜେଲ୍‌ରେ ମଧ୍ୟ ରହିଥିଲେ। ତେଲଙ୍ଗାନା ହାଇକୋର୍ଟରୁ ତାଙ୍କୁ ଅନ୍ତରୀଣ ଜାମିନ ଦେବାରୁ ସେ ଡିସେମ୍ବର ୧୪ରେ ସେ ମୁକୁଳିଥିଲେ।

ad-week
Leave A Reply

Your email address will not be published.