ବିଗିଡ଼ିଲା ବିଲ୍‌ କ୍ଲିଣ୍ଟନଙ୍କ ସ୍ୱାସ୍ଥ୍ୟାବସ୍ଥା, ହସ୍ପିଟାଲରେ ଭର୍ତ୍ତି

add-all

ନୂଆଦିଲ୍ଲୀ : ଯୁକ୍ତରାଷ୍ଟ୍ର ଆମେରିକାର ପୂର୍ବତନ ରାଷ୍ଟ୍ରପତି ବିଲ୍‌ କ୍ଲିଣ୍ଟନଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା। ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ଏବେ ତାଙ୍କ ସ୍ୱାସ୍ଥ୍ୟ ସ୍ଥିର ଥିବା ଜଣାଯାଇଛି। ବିଲ୍‌ କ୍ଲିଣ୍ଟନ କିଛି ଦିନ ହେବ ଜ୍ୱରରେ ପୀଡ଼ିତ ଥିବା ବେଳେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାକୁ ଲାଗିଥିଲା। ତେଣୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ତାଙ୍କ ଡେପୁଟି ଚିଫ୍‌ ଅଫ୍‌ ଷ୍ଟାଫ୍‌ ଏଞ୍ଜେଲ ୟୁରେନା ସୂଚନା ଦେଇଛନ୍ତି।
ସେ କହିଛନ୍ତି, ପୂର୍ବତନ ରାଷ୍ଟ୍ରପତିଙ୍କୁ ସୋମବାର ଅପରାହ୍ନରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେଠାରେ ତାଙ୍କର ବିଭିନ୍ନ ପରୀକ୍ଷା କରାଯାଇଛି। ଡାକ୍ତରୀ ଟିମ୍‌ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ନଜର ରଖିଛନ୍ତି।
ବିଲ୍‌ କ୍ଲିଣ୍ଟନ ୧୯୯୩ ମସିହା ଜାନୁୟାରୀରୁ ୨୦୦୧ ମସିହା ପର୍ଯ୍ୟନ୍ତ ଆମେରିକାର ରାଷ୍ଟ୍ରପତି ରୂପେ କାମ କରୁଥିଲେ। ହ୍ୱାଇଟ୍‌ ହାଉସ୍‌ ଛାଡ଼ିବା ପରଠୁ କ୍ଲିଣ୍ଟନ ବିଭିନ୍ନ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଅସୁବିଧାର ସମ୍ମୁଖୀନ ହୋଇ ଆସୁଛନ୍ତି। ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରିବାରୁ ୨୦୦୪ ମସିହାରେ ତାଙ୍କର ବାଇପାସ୍‌ ସର୍ଜରୀ ହୋଇଥିଲା। ୨୦୨୧ ମସିହାରେ ସେ ସଂକ୍ରମଣରେ ପୀଡ଼ିତ ହୋଇଥିବା ବେଳେ ହସ୍ପିଟାଲରେ ରହି ଚିକିତ୍ସିତ ହୋଇଥିଲେ।
କିଛି ଦିନ ପୂର୍ବରୁ ହୋଇଥିବା ଆମେରିକା ନିର୍ବାଚନରେ ସେ କମଳା ହାରିସଙ୍କ ନିମନ୍ତେ ପ୍ରଚାର କରିଥିଲେ।

ad-week
Leave A Reply

Your email address will not be published.