ଯୈାତୁକ ବାବଦକୁ ଏକ ବାସଗୃହ ଦାବି କରି ବୋହୁଙ୍କୁ ନିର୍ଯ୍ୟାତନା, ଥାନାରେ ଏତାଲା

add-all

ହିଞ୍ଜିଳିକାଟୁ : ବାହାଘରର ପ୍ରାୟ ୧୭ ମାସ ପରେ ଯୈାତୁକ ବାବଦକୁ ଏକ ବାସଗୃହ ଦେବାକୁ ଦାବି କରି ବୋହୁଙ୍କୁ ଶାଶୁଘର ଲୋକେ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିବା ନେଇ ହିଞ୍ଜିଳି ଥାନାରେ ଅଭିଯୋଗ ହୋଇଛି।‌ ପୁଲିସ ସୂଚନା ପ୍ରକାରେ, ହିଞ୍ଜିଳିକାଟୁ ପୈାରାଞ୍ଚଳ ତଥା ହିଞ୍ଜିଳି ଥାନା ନୂଆଁଗଡ ଗ୍ରାମର ରମେଶ ଗୈାଡଙ୍କ ପୁଅ ସମିର ଗୈାଡଙ୍କ ସହ କବିସୂର୍ଯ୍ୟନଗର ଥାନା ଆଠଗଡପାଟଣା ଇ.ବିବିପୁର ଗ୍ରାମର ଜୟସେନ ଗୈାଡଙ୍କ ଝିଅ ଅର୍ଚ୍ଚନା ଗୈାଡଙ୍କ ସହ ଗତ ଜୁଲାଇ ୨୦୨୩ରେ ବାହାଘର ହୋଇଥିଲା।‌ ବାହାଘର ସମୟରେ ବରଘର ଦାବି ମୁତାବକ ସୁନା ଚେନ୍, ୨ଟି ସୁନା ମୁଦି, ୧ ଲକ୍ଷ ଟଙ୍କା ସମେତ ଅନ୍ୟାନ୍ୟ ଘରକରଣା ସାମଗ୍ରୀ ପ୍ରଦାନ କରାଯାଇଥିଲା। ବାହାଘରର କିଛି ମାସ ପରେ ଯୈାତୁକ ବାବଦକୁ ଏକ ବାସଗୃହ ଦେବାକୁ ସ୍ବାମୀଙ୍କ ସମେତ ଶାଶୁ, ଶଶୁର ଓ ନଣନ୍ଦ ମିଶି ଅର୍ଚ୍ଚନାଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେଇ ଆସୁଥିଲେ।‌ ନିର୍ଯ୍ୟାତନା ଅସହ୍ୟ ହେବାରୁ ଘଟଣା ନେଇ ସୋମବାର ମହିଳା ଜଣଙ୍କ ହିଞ୍ଜିଳି ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ଭିତ୍ତିରେ ହିଞ୍ଜିଳି ଥାନାରେ କେସ ନଂ- ୧୦୪୫/୨୪ ରେ ଏକ ମାମଲା ରୁଜୁ କରି ପୁଲିସ ଘଟଣାର ତଦନ୍ତ କରୁଥିବା ତଦନ୍ତକାରୀ ଅଧିକାରୀ ତଥା ଥାନା ଏଏସଆଇ ଜ୍ୟୋତ୍ସ୍ନା ସାହୁ କହିଛନ୍ତି ।

ad-week
Leave A Reply

Your email address will not be published.