ଯୈାତୁକ ନିର୍ଯାତନା ଅଭିଯୋଗ

add-all

ହିଞ୍ଜିଳିକାଟୁ : ଅଧିକ ଯୈାତୁକ ଦାବି କରି ବୋହୁଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିବା ନେଇ ହିଞ୍ଜିଳି ଥାନାରେ ଅଭିଯୋଗ ହୋଇଛି। ପୁଲିସ ସୂତ୍ରରୁ ପ୍ରକାଶ ଯେ, ଗତ ୨୦୨୩ ମସିହା ଫେବୃୟାରୀ ୨୮ ତାରିଖରେ ହିଞ୍ଜିଳି ଥାନା ତହଁର ଗ୍ରାମର ମଙ୍ଗୁଳୁ ମହାନ୍ତିଙ୍କ ପୁଅ ଗୋପାଳ ମହାନ୍ତିଙ୍କ ସହ କବିସୂର୍ଯ୍ୟନଗର ଥାନା ଟଙ୍କାଛାଇ ଗ୍ରାମର ଶଙ୍କର ପଟ୍ଟନାୟକଙ୍କ ଝିଅ ସାଗରିକା ପଟ୍ଟନାୟକ ସହ ବାହାଘର ହୋଇଥିଲା। ବାହାଘର ସମୟରେ ବରଘର ଦାବି ମୁତାବକ ସୁନା ଅଳଙ୍କାର, ୩୦ ହଜାର ଟଙ୍କା ସମେତ ଅନ୍ୟାନ୍ୟ ଘରକରଣା ସାମଗ୍ରୀ ପ୍ରଦାନ କରାଯାଇଥିଲା। ବାହାଘରର ଦେଢ ବର୍ଷ ପରେ ଅଧିକ ୧ ଲକ୍ଷ ଟଙ୍କା ଯୈାତୁକ ଦାବି କରି ସାଗରିକାଙ୍କୁ ସ୍ବାମୀ ଗୋପାଳ ଓ ଶାଶୁ କୁମାରୀ ମହାନ୍ତି ଶାରୀରିକ ଓ ମାନସିକ ନିର୍ଯାତନା ଦେଇ ଆସୁଥିଲେ। ନିର୍ଯ୍ୟାତନା ଅସହ୍ୟ ହେବାରୁ ଘଟଣା ନେଇ ସାଗରିକା ସୋମବାର ହିଞ୍ଜିଳି ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ଭିତ୍ତିରେ ହିଞ୍ଜିଳି ଥାନାରେ କେସ ନଂ – ୧୦୪୭/୨୪ ରେ ଏକ ମାମଲା ରୁଜୁ କରି ପୁଲିସ ଘଟଣାର ତଦନ୍ତ ଚଳାଇଥିବା ତଦନ୍ତକାରୀ ଅଧିକାରୀ ତଥା ଥାନା ଏସଆଇ ସୁରେଶ କୁମାର ସାହୁ କହିଛନ୍ତି।

ad-week
Leave A Reply

Your email address will not be published.