ଫୁଲବାଣୀ :ଜିଲ୍ଲା ଶ୍ରମିକ ସଂଗଠନ ସମନ୍ବୟ କମିଟିର ସମସ୍ତଙ୍କ ଶ୍ରମିକ ନେତା ଭାଈ ଓ ଭଉଣୀଙ୍କ ସ୍ଥାନୀୟ ଫୁଲବାଣୀ କୋର୍ଟ ଛକ ସ୍ଥିତ ବନାନୀ କଳା ସଙ୍ଗମ ସଭା ଗୃହରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଯାଇଅଛି। ଏହି ବାର୍ଷିକ ଉତ୍ସବରେ ପୁରାତନ କମିଟି ଭଙ୍ଗ କରି ନୂତନ କମିଟି ଗଠନ ପାଇଁ ସ୍ଥିର କରାଯାଇଥିଲା l ସର୍ବ ସମ୍ମତି କ୍ରମେ ନୂତନ କର୍ମ କର୍ତ୍ତା ଚୟନ କରାଗଲା। ଏହି ନୂତନ କମିଟିରେ ଶ୍ରମିକ ନେତା ଘନ କୁମାର ଶବରଙ୍କୁ ସଭାପତି ଭାବେ ଚୟନ କରାଯାଇଥିବା ବେଳେ ।ଉପସଭାପତି ଭାବେ ଅଜୟ କୁମାର ସେଠୀ ଓ ଶିବଶଙ୍କର ସାମନ୍ତରାୟକୁ ଚୟନ କରାଯାଇଛି l ସେହିପରି କାର୍ଯ୍ୟକାରୀ ସଭାପତି ଭାବେ ଉମେଶ ଭୋଇ, ସାଧାରଣ ସମ୍ପାଦକ କାହ୍ନୁ ଚରଣ ଦିଗାଲ, ସହ ସମ୍ପାଦକ ସୁଜିତ୍ ରଣା, କୋଷାଧ୍ୟକ୍ଷ ଦୂତିକୃଷ୍ଣ ମଲ୍ଲିକ ଏବଂ
ଉପଦେଷ୍ଟା ମଣ୍ଡଳୀ ଭାବେ ପ୍ରଫୁଲ୍ଲ କୁମାର ବେହେରା,ସୁଚିତ୍ରା ନାୟକ,ଗୋପାଳ କୃଷ୍ଣ ବିଶୋଇ,ତ୍ରିନାଥ ବେହେରା, ଦିକ୍ସନ ନାୟକଙ୍କୁ ଚୟନ କରାଯାଇଥିଲା l ଏହି ବୈଠକରେ ଅରବିନ୍ଦ ପ୍ରଧାନ, ରଂଜିତ ବିଶୋଇ, ସୁନିଲ ଦିଗାଲ, ଅରୁନ ଉଦୟ ସିଂହ ଦେଓ, ଦଣ୍ଡପାଣି ବେହେରା, ଅମିୟ କୁମାର ନାୟକ, ସୁଶିଲ କୁମାର ସାହୁ, ଫକୀର ବେହେରା ପ୍ରମୁଖ ଉପସ୍ଥିତ ଥିଲେ l ନବନିର୍ବାଚିତ ସାଙ୍ଗଠନିକ ସମ୍ପାଦିକା ଶ୍ରୀମତୀ ସୁନୀତା ସାହୁ ଧନ୍ୟବାଦ୍ ଅର୍ପଣ କରିଥିଲେ l
