୨୮ତମ ବିଜେଡି ପ୍ରତିଷ୍ଠା ଦିଵସ ପାଳନ ପାଇଁ ପ୍ରସ୍ତୁତି ବୈଠକ

add-all

ହିଞ୍ଜିଳିକାଟୁ ୨୪/୧୨ : ହିଞ୍ଜିଳି ନିର୍ବାଚନ ମଣ୍ଡଳୀରେ ବିଜୁ ଜନତା ଦଳ ପାଳନ କରିବ ତା’ର ୨୮ ତମ ପ୍ରତିଷ୍ଠା ଦିବସ। ଏହି ଅବସରରେ ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଉପଦେଷ୍ଟା ମଣ୍ଡଳୀର ଅଧ୍ୟକ୍ଷ ସୁରେନ୍ଦ୍ର ପ୍ରଧାନ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ହିଞ୍ଜିଳି ବିଧାୟକ ଙ୍କ ଡିଆରଡିଏ ପ୍ରତିନିଧି ଦେବାନନ୍ଦ ମହାପାତ୍ର, ଶେରଗଡ଼ ବ୍ଳକ ଅଧ୍ୟକ୍ଷ କୃଷ୍ଣ ଚନ୍ଦ୍ର ନାୟକ ଉପସ୍ଥିତ ଥିଲେ ।ଚଳିତ ବର୍ଷ ରାଜ୍ୟରେ ଅଦିନିଆ ବର୍ଷା ସହ ଲଘୁଚାପ ଜନିତ ଲଗାଣ ବର୍ଷାରେ ଚାଷୀର ମେରୁଦଣ୍ଡ ଭାଙ୍ଗିଯାଇଛି ଚାଷି ସମସ୍ୟା ପାଇଁ ଦଳ ପ୍ରତିଷ୍ଠା ଦିବସ ଉତ୍ସବକୁ ନିରାଡ଼ମ୍ୱର ଭାବେ ପାଳନ କରିବାକୁ ନିଷ୍ପତ୍ତି ନେଇଛି। ସେହିପରି ପ୍ରତିଷ୍ଠା ଦିବସକୁ ଚାଷୀମାନଙ୍କ ପାଇଁ ଉତ୍ସଗ କରିବାକୁ ମଧ୍ୟ ନିଷ୍ପତ୍ତି ହୋଇଛି। ଚାଷି ଙ୍କ ଅତିଶିଘ୍ର କ୍ଷୟକ୍ଷତି ପ୍ରଦାନ କରିବାକୁ ତହସିଲଦାର ଙ୍କ ଜରିଆରେ ରାଜ୍ୟ ସରକାରଙ୍କୁ ସ୍ମାରକପତ୍ର ପ୍ରଦାନ କରିଯିବ। ହିଞ୍ଜିଳି ପ୍ୟୈରପରିଷଦ ଅନ୍ତର୍ଗତ ବିଜୁବାବୁଙ୍କ ପ୍ରତିମୁର୍ତ୍ତିରେ ବିଜେଡି ର ନେତା ଓ କର୍ମୀ ମାନେ ପୁଷ୍ପମାଲ୍ୟ ଦେଇ ୨୬!୧୨ ଦିନ ଶେରଗଡ ରେ ପହଞ୍ଚି ବିଜୁପଟ୍ଟନାୟକ ଙ୍କ ପ୍ରତିମୁର୍ତ୍ତିରେ ପୁଷ୍ପମାଲ୍ୟ ଦେଇ ଏକ ଶୋଭାଯାତ୍ରାରେ ଜଗନ୍ନାଥ ମନ୍ଦିର ରେ ପହଞ୍ଚି ଏକ ସାଧାରଣ ସଭା ଅନୁଷ୍ଠିତ ହେବ। ବିଜେଡି ର ୨୪ବର୍ଷ ଶାସନରେ ସୁଶାସନ ଓ ଜନ କଲ୍ୟାଣ କାରି ଯୋଜନାର ଜନସାଧାରଣଙ୍କୁ ସଚେତନ କରାଯିବା ନିମନ୍ତେ ନିଷ୍ପତି ନେଇଛନ୍ତି। ଶେରଗଡ଼ ବ୍ଳକ ସଭାପତି ଶରତ ଚନ୍ଦ୍ର ପାତ୍ର, ବିଧାୟକ ପ୍ରତିନିଧି ଦଗାମ୍ବର ନାହାକ, ପ୍ରମୋଦ ପାତ୍ର,କାହ୍ନା ପଟ୍ଟନାୟକ, ହିଞ୍ଜିଳିକାଟୁ ନଗର ବିଜେଡି ସଭାପତି ହୃଦୟାନନ୍ଦ ମହାପାତ୍ର, ବିଧାୟକ ପ୍ରତିନିଧି ତଥା ଜିଲ୍ଲା ପରିଷଦ ସଭ୍ୟା ଏ ସୁଦର୍ଶନ,ବି ଶଙ୍କର, ହିଞ୍ଜିଳିକାଟୁ ପୌରପରିଷଦ ବିଧାୟକ ପ୍ରତିନିଧି ପ୍ୟାରୀମୋହନ ପାଢି, ହିଞ୍ଜିଳି ବ୍ଲକ ବିଜେଡି ସଭାପତି ଦୁର୍ଗାମାଧବ ମହାନ୍ତି, ନିଳମଣୀ ପଟ୍ଟନାୟକ, ଶେରଗଡ଼ ବ୍ଳକ ବିଜେଡି ଯୁବସଭାପତି ସନ୍ତୋଷ କୁମାର ପଟ୍ଟନାୟକ, ଛାତ୍ର ସଭାପତି ଅନିଲ ସ୍ଵାଇଁ ପ୍ରମୂଖ ବରିଷ୍ଠ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।

ad-week
Leave A Reply

Your email address will not be published.