ନୂତନ ସିଆରପିଏଫ୍ କ୍ୟାମ୍ପ ଉପରେ ମାଓବାଦୀଙ୍କ ଆକ୍ରମଣ, ୨ ଯବାନ ଆହତ

add-all

ମାଲକାନଗିରି : ମାଲକାନଗିରି ଜିଲ୍ଲା ସୀମାନ୍ତ ସୁକୁମା ଜିଲ୍ଲାର ନୂତନ ସିଆରପିଏଫ୍ କ୍ୟାମ୍ପ ଉପରେ ମାଓବାଦୀ ମାନେ ଅତର୍କିତ ଆକ୍ରମଣ ସହ ବିଜିଏଲ ଲଞ୍ଚର ମାଡ଼ କରିଛନ୍ତି। ଯେଉଁଥିରେ ଦୁଇ ଜଣ ଯବାନ ଆହତ ହୋଇଥିବାର ଜଣାପଡିଛି। ସୂଚନା ଅନୁଯାୟୀ ଛତିଶଗଡ଼ ରାଜ୍ୟ ସୁକୁମା ଜିଲ୍ଲା ଗୋମାଗୁଡା ଠାରେ ନୂତନ ଭାବେ ପ୍ରତିଷ୍ଠିତ ସିଆରପିଏଫ୍ କ୍ୟାମ୍ପ୍ ଉପରେ ମାଓବାଦୀମାନେ ଆକ୍ରମଣ କରିଛନ୍ତି। ସିଆରପିଏଫ୍ କ୍ୟାମ୍ପ ବାହାରେ କର୍ଡନ କରି ମାଓବାଦୀମାନେ ଗୁଳି ଚଳାଇଥିଲେ। ସୁରକ୍ଷାକର୍ମୀ ମାନେ ମଧ୍ୟ ଏହାର ପାଲଟା ଜବାବ ଦେଇ ଗୁଳିଚାଳନା କରିଥିଲେ। ମାଓବାଦୀଙ୍କ ବିଜିଏଲ ଲଞ୍ଚର ମାଡରେ ଦୁଇ ଜଣ ଯବାନ ଆହତ ହୋଇଥିବା ବେଳେ ଯବାନଙ୍କ ସାମ୍ନା କରି ନପାରି ପରେ ମାଓବାଦୀ ମାନେ ଛତ୍ର ଭଙ୍ଗ ଦେଇ ଜଙ୍ଗଲକୁ ଲୁଚି ପଳାଇଥିଲେ। ଆହତ ଯବାନଙ୍କୁ ସାଥି ଯବାନ ମାନେ ଚିକିତ୍ସାଳୟକୁ ନେଇଥିବା ବେଳେ ସେଠାରେ ଉଭୟଙ୍କର ଚିକିତ୍ସା ଜାରି ରହିଛି। ଘଟଣା ସ୍ଥଳ ରେ ଅଧିକ ଯବାନ ପହଁଚି ସର୍ଚ୍ଚ ଅପରେସନ ଆରମ୍ଭ କରିଛନ୍ତି।

ad-week
Leave A Reply

Your email address will not be published.