ଗୁଡ଼ିସର ବାଲି ମାଫିଆ ଙ୍କ ମାଟିଆ କଭର ଆସିକା ରେ ଘୁରି ବୁଲୁଛି…..!

add-all

ବାଲି ମାଫିଆ ମାନେ ପାଟି ଖୋଲୁଥିବା ଲୋକଙ୍କ ମୁହଁରେ ତୁଣ୍ଡି ବାନ୍ଧିବାକୁ କୁ ଚକ୍ରାନ୍ତ ……!
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଆସିକା ସହର ର ଉଭୟ ପାର୍ଶ୍ଵରେ ଋଷିକୂଲ୍ୟା ଓ ବଡ଼ ନଦୀ ପ୍ରବାହିତ ହେଉଛି। ଉଭୟ ନଦୀର ବାଲିର ଚାହିଦା ଗଞ୍ଜାମ ଜିଲ୍ଲା ସମେତ ଅନ୍ୟ ଜିଲ୍ଲା ଓ ଆନ୍ଧ୍ରା ପ୍ରଦେଶ ରେ ରହିଛି। ହିଞ୍ଜିଳି ଅଞ୍ଚଳ ର ଜଣେ ବାଲି ମାଫିଆ ଅତି ଚତୁରତା ସହ ଶେରଗଡ଼ ତହସିଲର ପାକିଡ଼ି ଠାରେ ବାଲି ଉତ୍ତୋଳନ କରିବାକୁ ସ୍ୱଳ ରାଜସ୍ୱ ଟିକସ ଦେଇ ବାଲି ନେବାକୁ ଚୁକ୍ତିନାମା କରିଛନ୍ତି। ହେଲେ ପାକିଡ଼ି ରୁ ବାଲି ଉତ୍ତୋଳନ ନକରି ଗୁଡିଶର ଠାରୁ ଏକ ଗଳା ରାସ୍ତା ଦେଇ ଆସିକା ତହସିଲ ଅଞ୍ଚଳ କେନ୍ଦୁପଦର ଠାରୁ ଦିନ ଦିପହରେ ବିନା ୱାଇ ଫର୍ମ ରେ ଚୋରା ବାଲି ଚାଲାଣ କରୁଛି। ସ୍ଥାନୀୟ ଜନସାଧାରଣ ଅଭିଯୋଗ କରିବା ପରେ ଆସିକା ରାଜସ୍ୱ ବିଭାଗ ପକ୍ଷରୁ ସେହି ସ୍ଥାନରେ ନାଲି ପତାକା ଲଗାଯାଇଥିଲା। ରାଜସ୍ୱ ବିଭାଗ ଧର୍ମକୁ ଆଖି ଠାର ଭଳି ନାଲି ପତାକା ଲଗାଇ ଚୁପଚାପ ବସିରହିଛନ୍ତି। ଚତୁର ବାଲି ମାଫିଆ ର ଜଣେ ପୋଷା ଗୁଣ୍ଡା ଆସିକା ଅଞ୍ଚଳ କୁ ଆସି ବହୁ ବ୍ୟକ୍ତି ବିଶେଷଙ୍କ ନାମ ଥିବା ଖାକି ଲଫଫା ରେ ଅର୍ଥ ଦେଇ ସାଇଲେନ୍ସ ପ୍ଲିଜ କରି ଚାଲି ଯାଇଥିବା ଚର୍ଚ୍ଚା ହେଉଛି। ଲଫଫା ଧରି ଆସିଥିବା ଯୁବକ ଜଣକ ପ୍ରଥମେ ଫୋନ ମାଧ୍ୟମରେ ଆପଣ କେଉଁଠି ଅଛନ୍ତି। ପଚାରିବା ସହ ସେ ଠିକଣା ରେ ପହଁଞ୍ଚି ଚୌଧୁରୀ ବାବୁ ପଠେଇଛନ୍ତି. ବୋଲି କହି ଉକ୍ତ ଲଫଫା ହାତରେ ଧରେଇ ଚାଲି ଯାଉଛି। ଉକ୍ତ ଲଫଫା ଭିତରେ କଣ ଅଛି..? ସେ ଯୁବକୁ ଠାବ କରିଲେ ତାକୁ କିଏ ପଠେଇଛି, ତାର ମୋବାଇଲ କୁ ଟ୍ରାକ କରି ଯାଞ୍ଜ କରିଲେ କେଉଁ ବାବୁ ଓ ବ୍ୟକ୍ତି ବିଶେଷଙ୍କ ସହ ମିଶି ଏହି ଖାକି ଲଫଫା ଦେଇଛି, ତାହାର ଗୁମର ଖୋଲିବ ବୋଲି ଆଲୋଚନା ହେଉଛି। ଗଞ୍ଜାମ ଏ.ସପି ଙ୍କ ସ୍ୱତନ୍ତ୍ର ସ୍କାଡ଼ ଆସି ଗୁଡିଶର ଠାରୁ ଗଳା ବାଟ ଦେଇ ଆସିକା କେନ୍ଦୁପଦର ରୁ କିଏ ଏଭଳି ବାଲି ଲୁଟ କରୁଛି। ତାହାର ଅସଲ ମୁଖା ଖୋଲିବା ସହ ପର୍ଦା ପଛରେ ଥିବା ବାବୁ ମାନଙ୍କ କାର୍ଯ୍ୟ କଳାପର ଗୁମର ଖୋଲିବ।

ad-week
Leave A Reply

Your email address will not be published.