ଓମପୁରୀ ଙ୍କ ଗାଲ ପରି ରାସ୍ତା ନିର୍ମାଣ କରୁଛି ନବରଙ୍ଗପୁର ଆର ଡ଼ି ବିଭାଗ…

ଠିକାଦାର ଓ ଯନ୍ତ୍ରୀଙ୍କ ଅସାଧୁ ମେଣ୍ଟ…!!

add-all

ଉମରକୋଟ ( ୨୪/୧୨/୨୦୨୪) ଦୁର୍ନୀତି ରେ ଉବୁଟୁବୁ ଜିଲ୍ଲାର ଆର ଡି ବିଭାଗ, ଲୋକଙ୍କ ସୁବିଧା ନିମନ୍ତେ ସରକାର ଗ୍ରାମରୁ ସହର କୁ ଯାତାୟାତ ନିମନ୍ତେ ପକ୍କା ସଡ଼କ ର ନିର୍ମାଣ କରିଥାନ୍ତି କିନ୍ତୁ ସଡ଼କ ନିର୍ମାଣ ର କିଛି ମାସ ଗଲା ପରେ ସୋଚନୀୟ ଅବସ୍ଥାରେ ପରିଣତ ହୋଇଥିବା ବଡ଼ ଦୁଃଖର ବିଷୟ। ଠିକାଦାର ଓ ବିଭାଗୀୟ ଅଧିକାରୀ ଙ୍କ ମଧୁଚନ୍ଦ୍ରିକାରେ କୋଟି କୋଟି ଟଙ୍କା ବ୍ୟୟରେ ନିର୍ମାଣ କରାଯାଉଥିବା ସଡ଼କ ଅଳ୍ପ ଦିନ ମଧ୍ୟରେ ନଷ୍ଟ ହୋଇଯାଇଛି।ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ଅନ୍ତର୍ଗତ ସିଂସାରୀ ପଂଚାୟତ ଅଧୀନରେ ଥିବା ଜଟିଆପାରା ଛକ ଠାରୁ କହକାଗୁଡା ଛକ ପର୍ଯ୍ୟନ୍ତ ଆର ଡି ବିଭାଗ ତରଫରୁ ନିର୍ମାଣ କରାଯାଇଥିବା ସଡ଼କର ଦୃଶ୍ୟ।ଉକ୍ତ ସଡ଼କ ଟି କିଛି ମାସ ପୂର୍ବରୁ ନିର୍ମାଣ

କରାଯାଇଛି କିନ୍ତୁ ଏହି ସଡ଼କର ଅଧିକାଂଶ ସ୍ଥାନରେ ବଡ଼ ବଡ଼ ଗର୍ତ୍ତ ସୃଷ୍ଟି ହୋଇଛି, ଯାହାଫଳରେ ଯାତାୟାତରେ ବାଧା ସୃଷ୍ଟି ହେଉଛି,ଏ ବିଷୟରେ ଆର ଡି ବିଭାଗୀୟ ଅଧିକାରୀଙ୍କୁ ପ୍ରଶ୍ନ କଲେ ଆମ କାମ ଏକ ନମ୍ବର ଅଛି କିଛି ଖରାପ ନାହିଁ,ଭାରି ଯାନବାହାନ ଯାତାୟାତ ହେବା ଦ୍ୱାରା ରାସ୍ତା ଦବି ଯାଉଛି ଏହାକୁ ମରାମତି କରାଯିବ ବୋଲି କହୁଛନ୍ତି କିନ୍ତୁ ଆଜି ପର୍ଯ୍ୟନ୍ତ ମରାମତି ହେବାର ନାଁ ଗନ୍ଧ ନାହିଁ। ଖାଲି ମୁହଁରେ ମରାମତି କାମ ଚାଲୁଚି ବୋଲି ଏହି ଅଞ୍ଚଳର ଲୋକଙ୍କ କହିବା କଥା।ଏହି ରାସ୍ତାଟିରେ ଅଳ୍ପ ଅଳ୍ପ ଚିପିସ ଓ କିଛି ଡଷ୍ଟ ବିଛେଇ ଦେଇଥିବା ଦେଖିବାକୁ ଦୃଶ୍ୟମାନ।ସେପଟେ ଉକ୍ତ ସଡ଼କର ଅଟକଳ ମୂଲ୍ୟ କେତେ ସେଠାରେ କୌଣସି ଫଳକ ଲଗାଯାଇନାହିଁ, ଏଥିରୁ ସ୍ପଷ୍ଟ ହେଉଛି ଯେ ବିଭାଗୀୟ ଅଧିକାରୀଙ୍କ ମଧୁଚନ୍ଦ୍ରିକାରେ କୋଟି କୋଟି ଟଙ୍କା ଆତ୍ମସାତ କରାଯାଉଛି। ବିଭାଗୀୟ କନିଷ୍ଟ ଯନ୍ତ୍ରୀଙ୍କ ଫୋନ କେବେ ଲାଗୁନାହିଁ, ଏସଡ଼ିଓ ତ ସବୁବେଳେ ଫିଲ୍ଦରେ ରହନ୍ତି କାର୍ଯ୍ୟର ତଦାରଖ କରନ୍ତି ବୋଲି କହନ୍ତି। ଉମରକୋଟ ଆର ଡି ବିଭାଗୀୟ ଅଧିକାରୀଙ୍କୁ କୌଣସି ତଥ୍ୟ ପଚାରିଲେ ସଠିକରେ ଦେଉନାହାନ୍ତି। ଜଟିଆପାରା ଓ କହକାଗୁଡା ଅଞ୍ଚଳର ବାସିନ୍ଦା ଏହିପରି ନିନ୍ମମାନର ରାସ୍ତା କାମକୁ ନିନ୍ଦା କରିବା ସହିତ ଉଚ୍ଚସ୍ତରୀୟ ତଦନ୍ତ କରିବାକୁ ଜ଼ିଲ୍ଲା ପ୍ରଶାସନକୁ ଅନୁରୋଧ କରିଛନ୍ତି।

ad-week
Leave A Reply

Your email address will not be published.