ନୟାଗଡ଼ ଜିଲ୍ଲାର ଚିନିକଳ ର ନୂତନ କ୍ରିୟାନୁଷ୍ଠାନ କମିଟି ଗଠିତ…

add-all


ନୟାଗଡ଼: ନୟାଗଡ଼ ଚିନିକଳ ମିଳିତ କ୍ରିୟାନୁଷ୍ଠାନ କମିଟି ଗତ ୦୩- ୦୯-୨୦୨୪ ତାରିଖ ଜିଲ୍ଲାପାଳ ଙ୍କ ବୈଠକ ଗୃହରେ ଜିଲ୍ଲାର ସମସ୍ତ ପଦାଧିକାରୀ, ପୁରୀ ଲୋକସଭା ସାଂସଦ ଡକ୍ଟର ସମ୍ବିତ ପାତ୍ର ଏବଂ ଜିଲ୍ଲାପାଳଙ୍କ ସଭାପତିତ୍ବରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରି ନୟାଗଡ଼ ଚିନିକଳ ଚଳେଇବା ପାଇଁ ଏକ ନିର୍ଣ୍ଣାୟକ ପଦକ୍ଷେପ ନେଇଥିଲେ । ଯେହେତୁ ପୁରୁଣା ଚିନିକଳ ମାମଲା ଅଦାଲତରେ ବିଚାରାଧୀନ ଅଛି ଏକ ନୂଆ ସ୍ଥାନରେ ଚିନିକଳ ପ୍ରତିଷ୍ଠା ପାଇଁ ସାଂସଦ ସମ୍ବିତ ପାତ୍ର ଙ୍କ ନିର୍ଦ୍ଦେଶ କ୍ରମେ କ୍ରିୟାନୁଷ୍ଠାନ କମିଟି ପୁରୁଣା ଚିନିକଳ ସଂଲଗ୍ନ ମୌଜା – ରସୋଳ, ଖାତା ନମ୍ୱର୍ -୨ ପ୍ଲଟ ନମ୍ବର ୧,୨,୩ ମୋଟ ଏରିଆ ଏ ୧୧୧.୩୭ ର ସହ ଜିଲ୍ଲାପାଳ ଅକ୍ଷୟ ସୁନିଲ ଅଗ୍ରୱାଲ ଙ୍କୁ ଗତ ୨୬.୦୯.୨୪ ତାରିଖ ରେ ଉପସ୍ଥାପିତ କରିଥିଲେ । କ୍ରିୟାନୁଷ୍ଠାନ କମିଟି ଗତ ୩ ତାରିଖ ରେ ଉପ ମୁଖ୍ୟମନ୍ତ୍ରୀ ତଥା କୃଷମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ କୁ ସାକ୍ଷାତ୍ କରିଥିଲେ ମାତ୍ର ଏଥିପାଇଁ ସେ କୌଣସି ଲିଖିତ ପ୍ରସ୍ତାବ ପାଇନଥିବା କହିଥିଲେ । କ୍ରିୟାନୁଷ୍ଠାନ କମିଟି ଏ ଦିଗରେ ବାରମ୍ବାର ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇଥିଲେ ମଧ୍ୟ ଏଥିପାଇଁ କୌଣସି ଆଖିଦୃଶିଆ ପଦକ୍ଷେପ ନିଆଗଲା ନାହିଁ । ତେଣୁ କ୍ରିୟାନୁଷ୍ଠାନ କମିଟି ଗଭୀର କ୍ଷୋଭ ପ୍ରକାଶ କରି ଏକ ନୂତନ କ୍ରିୟାନୁଷ୍ଠାନ କମିଟି ଗଠନ କରାଯାଇ ସର୍ବସମ୍ମତି କ୍ରମେ ଦାୟିତ୍ବ ଦିଆଯାଇଛି । ଉକ୍ତ କମିଟିରେ ସଭାପତି ମନୋଜ କୁମାର ସାହୁ, ଉପ ସଭାପତି ଲକ୍ଷ୍ମୀଧର ସାହୁ, ସମ୍ପାଦିକା ଲଳିତା କୁମାରୀ ଦାସ, ସହ ସମ୍ପାଦକ କାଳୁ ଦଳବେହେରା, ସଂଗଠନ ସମ୍ପାଦକ ବିକ୍ରମ କୁମାର ପଟ୍ଟନାୟକ, କୋଷାଧ୍ୟକ୍ଷ ବୈକୁଣ୍ଠ ନାଥ ରାଉତ, କୃଷକ ପ୍ରତିନିଧି ଭାବେ ଶିବରାମ ଦାସ, ଚକ୍ରଧର ଜେନା, ରମେଶ ବିଶ୍ଵାଳ, ଆବାହକ ସନ୍ତୋଷ କୁମାର ପ୍ରଧାନ, ପ୍ରମୋଦ କୁମାର ନାୟକ ଏବଂ ଅନେକ ପୂର୍ବତନ କର୍ମଚାରୀ ଅଛନ୍ତି ।

ad-week
Leave A Reply

Your email address will not be published.