ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ସ୍ବର୍ଗତଃ ଅଟଳବିହାରୀ ବାଜପେୟୀଙ୍କ ଜନ୍ମଦିନ ଓ ସୁଶାସନ ଦିବସ ପାଳିତ

add-all

ବାଲିଗୁଡା : ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭାରତ ରତ୍ନ ସ୍ବର୍ଗତଃ ଅଟଳ ବିହାରୀ ବାଜପେୟୀଙ୍କ ଶହେତମ ଜନ୍ମ ଜୟନ୍ତୀ ଉତ୍ସବ ସ୍ଥାନୀୟ ନଗର ବିଜେପି ପକ୍ଷରୁ ଗାୟତ୍ରୀ ମନ୍ଦିର ସଭାଗୃହ ଠାରେ କନ୍ଧମାଳ ଜ଼ିଲ୍ଲା ବିଜେପି ସଭାପତି ଜଗନ୍ନାଥ ସାହୁଙ୍କ ଅଧ୍ୟକ୍ଷତାରେ ମହାସମାରୋହରେ ପାଳିତ ହୋଇଯାଇଛି l ଏଥିରେ କନ୍ଧମାଳ ସାଂସଦ ଙ୍କ ବ୍ଳକ ପ୍ରତିନିଧି ରଞ୍ଜିତ ସାହୁ, ନଗର ବିଜେପି ସଭାପତି ଆଦିକନ୍ଦ ପଟ୍ଟନାୟକ, ଜ଼ିଲ୍ଲା ସାଧାରଣ ସମ୍ପାଦକ ଦେବେନ୍ଦ୍ର କୁଦେଇ, ବରିଷ୍ଠ ବିଜେପି ନେତା ପଦ୍ମ ଚରଣ ଦାସ ପ୍ରମୁଖ ଉପସ୍ଥିତ ରହି ସ୍ବର୍ଗତ ଅଟଳ ବିହାରୀ ବାଜପେୟୀ ଙ୍କ ଫୋଟୋ ଚିତ୍ରରେ ପୁଷ୍ପ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ, ଏହି କାର୍ଯ୍ୟକ୍ରମ ରେ ବାଲିଗୁଡା ନଗର ର ବହୁ ବିଜେପି କର୍ମୀ ଉପସ୍ଥିତ ଥିଲେ l

ad-week
Leave A Reply

Your email address will not be published.