
ନୟାଗଡ଼ : ନୟାଗଡ଼ ଜିଲ୍ଲା ଓଡ଼ଗାଁ ତହସିଲ ଓ ଆଦର୍ଶ ଥାନା ଅନ୍ତର୍ଗତ କୋମଣ୍ଡ ଏବଂ ରୋହିବାଙ୍କ ପଞ୍ଚାୟତ ରେ ୩୦ ରୁ ଉର୍ଦ୍ଧ୍ବ ବେଆଇନ ମାଙ୍କଡ଼ା ପଥର ଖଣି ଚାଲିଛି । ରାଜସ୍ବ ବିଭାଗ ଏହି ଖଣି ଗୁଡ଼ିକ ନିଲାମ କରିବାରେ ଅସମର୍ଥ ହେବାରୁ ସେଗୁଡିକ ବେଆଇନ ଭାବରେ ଚାଲିଛି । ଏହାକୁ କେହି ବିରୋଧ କରୁ ନଥିବା ବେଳେ ଖଣି ଖୋଳିବା ପାଇଁ ପ୍ରଶାସନିକ ସମର୍ଥନ ମିଳୁଥିବା ର ଅଭିଯୋଗ ଆସିଛି । ପ୍ରତ୍ୟେକ ଦିନ ବିଳମ୍ବିତ ରାତିରେ ଟ୍ରାକ୍ଟର , ମିନିଟ୍ରକ ଦ୍ଵାରା ବିଭିନ୍ନ ଅଞ୍ଚଳକୁ ମାଙ୍କଡ଼ା ପଥର ଯୋଗାଣ କରାଯାଉଥିବା ର ଅଭିଯୋଗ ପରେ ଓଡ଼ଗାଁ ସହର ଦେଇ ଯାଉଥିବା ୨ଟି ମାଙ୍କଡ଼ା ବୋଝେଇ ଗାଡ଼ି କୁ ପୋଲିସ ଜବତ କରିଥିବା କଥା ଓଡ଼ଗାଁ ଥାନା ଅଧିକାରୀ ଚକ୍ରଧର ସିଂ ସ୍ପଷ୍ଟ କରିଛନ୍ତି । ପୋଲିସ ଜବତ କରିଥିବା ମିନିଟ୍ରକ ନମ୍ବର ଓଆର ୦୨ବିଏଲ ୯୫୧୧, ଏବଂ ଟ୍ରାକ୍ଟର ନମ୍ୱର ଓଡି ୨୫ବି ୮୪୭୯ ଗାଡ଼ି ମାଲିକଙ୍କ ବିରୁଦ୍ଧରେ କେସ ନମ୍ବର ୩୮୪/୨୪ ରେ ଏକ ମାମଲା ରୁଜୁ କରାଯାଇଛି ।