ବନ ବିଭାଗ ପାଇଁ ବଢିଲା ଚିନ୍ତା: ବାଘୁଣୀ ଜିନତର ମିଳୁନି ପତ୍ତା

add-all

ଭୁବନେଶ୍ୱର: ବାଘୁଣୀ ଜିନତ ଗାଏବ। ଗତକାଲିଠାରୁ ବାଘୁଣୀର ମିଳୁନି ସଠିକ୍ ପତ୍ତା। ବାଘୁଣୀ ଜିନତକୁ ଓଡ଼ିଶା ଛାଡ଼ି ୨ ସପ୍ତାହ ପୂରିଛି। ଶିମିଳିପାଳରୁ ଭାୟା ଝାଡ଼ଖଣ୍ଡ ଦେଇ ପଶ୍ଚିମବଙ୍ଗର ପୁରୁଲିଆ ଜିଲ୍ଲାର ବାନ୍ଦ୍ୱାନ୍ ଜଙ୍ଗଲରେ ଘୂରି ବୁଲୁଥିଲା ବାଘୁଣ । କିନ୍ତୁ ଗତକାଲିଠାରୁ ତା ସଠିକ୍ ଠିକଣା ମିଳିପାରୁ ନାହିଁ। ଏହାକୁ ନେଇ ଓଡ଼ିଶା ଓ ପଶ୍ଚିମବଙ୍ଗର ବନ ବିଭାଗ ଟିମ୍ ପାଇଁ ଚିନ୍ତା ବଢ଼ାଇଛି।

ବାଘୁଣୀ ବେକରେ ଲାଗିଥିବା ରେଡିଓ ସିଗ୍ନାଲ ପାଉନି ବନ ବିଭାଗ। ସୋମବାର ବିଳମ୍ବିତ ରାତିରେ ରେଡିଓ କଲାରରୁ ଥରେ ସିଗନାଲ ମିଳିଥିଲା। ଏହାପରଠୁ ବାଘୁଣୀ ବେକରେ ଲାଗିଥିବା ରେଡିଓ କଲାରରୁ କୌଣସି ସୂଚନା ମିଳିପାରୁନାହିଁ। ପୁରୁଲିଆ ରାଇକା ପାହାଡ଼ ଗୁମ୍ପାରେ ଜିନତ ଥିବା ଅନୁମାନ କରାଯାଉଛି । ଜିପିଏସ ଟ୍ରାକିଂ ଚାଲିଛି, ନିରନ୍ତର ମନିଟରିଂ କରାଯାଉଛି।

ବାଘୁଣୀ ବେକରେ ଲାଗିଥିବା ରେଡିଓ କଲାର ଘଣ୍ଟାକୁ ଥରେ ଟ୍ରାକିଂ ସିଗନାଲ ଛାଡ଼ିଥାଏ । ତାକୁ ପିଛା କରୁଥିବା ବନ ବିଭାଗ ଟିମ୍ ଏହି ସିଗନାଲରୁ ତାର ସ୍ଥିତି ଜାଣିଥାନ୍ତି। ହେଲେ ସୋମବାର ବିଳମ୍ବିତ ରାତି ପରଠାରୁ ଏହି ସିଗ୍ନନାଲ ଆଉ ମିଳୁ ନାହିଁ। ବାଘୁଣୀ ଜିନତକୁ ସୁରକ୍ଷିତ ଫେରାଇ ଆଣିବା ପାଇଁ ଉଭୟ ଓଡ଼ିଶା ଓ ପଶ୍ଚିମବଙ୍ଗ ବନବିଭାଗ ଜୋରସୋରରେ ଉଦ୍ୟମ ଚଳାଇଛନ୍ତି । ସୁଯୋଗ ପାଇବା ମାତ୍ରେ ଟାଙ୍କୁଲାଇଜ କରି ଶିମିଳିପାଳ ଫେରାଇ ଅଣାଯିବ।

ad-week
Leave A Reply

Your email address will not be published.