ମାର୍ଚ୍ଚରେ ମିଳିବ ସୁଭଦ୍ରାର ଦ୍ବିତୀୟ କିସ୍ତି

add-all

ଭୁବନେଶ୍ୱର: ୨୦୨୫ ମସିହା ମାର୍ଚ୍ଚ ମାସରେ ଓଡ଼ିଶା ସରକାର ସୁଭଦ୍ରା ଯୋଜନା ଅଧୀନରେ ଦ୍ୱିତୀୟ କିସ୍ତି ଟଙ୍କା ପ୍ରଦାନ କରିବେ। ଏନେଇ ବୁଧବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘୋଷଣା କରିଛନ୍ତି।

ରାଜ୍ୟରେ ଏକ କୋଟିରୁ ଅଧିକ ମହିଳା ହିତାଧିକାରୀ ସୁଭଦ୍ରା ଯୋଜନା ଅଧୀନରେ ଦ୍ୱିତୀୟ କିସ୍ତିରେ ଆର୍ଥିକ ସହାୟତା ପାଇବେ ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି। ସମସ୍ତ ହିତାଧିକାରୀ ଗୋଟିଏ ଥରରେ ଦ୍ବିତୀୟ କିସ୍ତି ପାଇବେ।

ସେହିଭଳି ଏହି ଯୋଜନାରେ ୧ କୋଟି ହିତାଧିକାରୀ ଜାନୁଆରୀ ୨୦୨୫ ଅର୍ଥାତ୍ ନୂଆ ବର୍ଷରେ ପ୍ରଥମ କିସ୍ତି ଟଙ୍କା ପାଇବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ad-week
Leave A Reply

Your email address will not be published.