ବିଜୁଜନତା ଦଳର ୨୮ତମ ପ୍ରତିଷ୍ଠା ଦିବସ ପାଳିତ

add-all

ଚିକିଟି : ଏହି ବ୍ଲକ ଚିକିଟି ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ଚିକିଟି ପେଣ୍ଠ ସ୍ଥିତ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପ ପ୍ରାଙ୍ଗଣରେ ଚିକିଟି ନିର୍ବାଚନ ମଣ୍ଡଳୀ ସ୍ତରୀୟ ବିଜୁ ଜନତା ଦଳର ୨୮ ତମ ପ୍ରତିଷ୍ଠା ଦିବସ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ସ୍ଥାନୀୟ ବିଜେଡି ବିଧାୟକ ପାର୍ଥୀ ତଥା ଚିକିଟି ଯୁବରାଜ ଶ୍ରୀଯୁକ୍ତ ଚିନ୍ମୟାନନ୍ଦ ଶ୍ରିରୁପଦେବ ଯୋଗଦେଇ ପ୍ରବାଦ ପୁରୁଷ ବିଜୁବାବୁଙ୍କର ପ୍ରତିମୂର୍ତ୍ତିକୁ ପୁଷ୍ପମାଲ୍ୟ ପ୍ରଦାନ କରିବା ସହ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମ ର ଶୁଭାରମ୍ଭ କରିଥିଲେ। ଏହି କାର୍ଯ୍ୟକ୍ରମରେ ଚିକିଟି ବିଜ୍ଞାପିତ ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଦୀପା କୁମାରୀ ସାହୁ, ବ୍ଲକ ଅଧ୍ୟକ୍ଷ ଆପନ୍ନା ସେଠୀ, ଚିକିଟି ବ୍ଲକ ବିଜେଡି ସଭାପତି ହେରମ୍ଭ ରେଡି, ଏନ୍ ଏ ସି ବିଜେଡି ସଭାପତି ପ୍ରଶାନ୍ତ କୁମାର ସାହୁ,ଜିଲ୍ଲା ପରିଷଦ ଏମ୍ ନାଗରାଜୁ, ପୁର୍ବତନ ଏନ୍ ଏ ସି ଅଧ୍ୟକ୍ଷା ମଲ୍ଲି ବେହେରା, ସଚ୍ଚିଦାନନ୍ଦ ରାଜଗୁରୁ, ଉଦୟ ପ୍ରଧାନ, ବିଜୟ ପ୍ରଧାନ ଓ ବରିଷ୍ଠ ବିଜେଡି ସଂଘଠକ ସୁରେନ୍ଦ୍ର ମଣ୍ଡଳ ପ୍ରମୁଖ ମଞ୍ଚାସିନ ରହି ବିଜୁ ଜନତା ଦଳର ସଭାପତି ତଥା ବିରୋଧି ଦଳ ନେତା ନବୀନ ପଟ୍ଟନାୟକ ଓ ବିଜୁ ଜନତା ଦଳ ଗତ ୨୮ ବର୍ଷ ଧରି ଓଡ଼ିଶା ବାସୀଙ୍କୁ କରିଥିବା ସେବା ଓ ସୁଶାସନ ସମ୍ପର୍କରେ ନିଜ ନିଜର ବକ୍ତବ୍ୟ ରଖିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ପାତ୍ରପୁର ବ୍ଲକ ବିଜେଡି ସଭାପତି ରାମନାଥ ପାଣିଗ୍ରାହୀ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ଏନ ଏ ସି କାଉନସିଲର ତଥା ଚିକିଟି ନିର୍ବାଚନ ମଣ୍ଡଳୀରୁ ବହୁ ସରପଞ୍ଚ ଓ ସମିତି ସଭ୍ୟ ବିଜେଡି ନେତା ଓ କର୍ମୀମାନେ ଉପସ୍ଥିତ ଥିଲେ।

ad-week
Leave A Reply

Your email address will not be published.