ବୀରମିତ୍ରପୁର : ସୁନ୍ଦରଗଡ ଜିଲ୍ଲାର ବିରମିତ୍ରପୁର ଥାନା କୁଆଁରମୁଣ୍ଡା ଫାଣ୍ଡି ଅନ୍ତର୍ଗତ ହରିୟାରପୁର ୧୪୩ ନମ୍ବର ଜାତୀୟ ରାଜପଥ ଉପରେ ଜଣେ ଯୁବକଙ୍କୁ ଅଜଣା ଗାଡି ଧକ୍କା ଦେବା ଫଳରେ ଯୁବକ ରାସ୍ତା ଉପରର ଛିଟିକି ପଡି ଗୁରୁତର ଆହତ ହୋଇଥିଲେ ! ସୂଚନା ଅନୁଯାଇ ଗୁରୁତର ହୋଇଥିବା ଯୁବକଙ୍କୁ ସ୍ଥାନୀୟ ଲୋକଙ୍କ ସହଯୋଗ ରେ ଆମ୍ବୁଲାନ୍ସ ଯୋଗେ କୁଆଁରମୁଣ୍ଡା ଗୋଷ୍ଠୀ ସ୍ଵାସ୍ଥ କେନ୍ଦ୍ରକୁ ଚିକିତ୍ସା ପାଇଁ ପଠେଇ ଥିଲେ, ସେଠାରେ ଡାକ୍ତର ପ୍ରାଥମିକ ଚିକିତ୍ସା ପରେ ଉତ୍ତମ ଚିକିତ୍ସା ପାଇଁ ରାଉରକେଲା ସରକାରୀ ଡାକ୍ତରଖାନା କୁ ହସ୍ତାନ୍ତର କରିଥିବା ଜଣା ପଡିଛି ! ଏହି ଯୁବକଙ୍କ ଅନୁସନ୍ଧାନ ମିଳିନାହିଁ ! ଏହାକୁ ନେଇଁ କୁଆଁରମୁଣ୍ଡା ପୋଲିସ ତଦନ୍ତ ଆରମ୍ଭ କରିଛି…
