ଉଦ୍ଭିଦ ବିଜ୍ଞାନ ବିଭାଗର ପାଠଚକ୍ର

add-all

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଟିକାବାଲି ଏ, ଏମ,ସି, ଏସ ମହାବିଦ୍ୟାଳୟରେ ଉଦ୍ଭିଦ ବିଜ୍ଞାନ ବିଭାଗ ତରଫରୁ ଅଧ୍ୟକ୍ଷ ଦୀନବନ୍ଧୁ ମହାନ୍ତିଙ୍କ ସଭାପତିତ୍ବରେ ପାଠ ଚକ୍ର ଅନୁଷ୍ଠିତ ହୋଇଥିଲା ଏହାର ଶୀର୍ଷକ ଥିଲା ଧୁଆଁ ପାତ୍ର ଓ ଗଞ୍ଜେଇ ଗଛ ର ବ୍ୟବହାର ସ୍ବାସ୍ଥ୍ୟ ଓ ବିଶ୍ୱ ପରିବେଶ ପାଇଁ କେତେ କ୍ଷତିକାରକ । ବିଭାଗୀୟ ମୁଖ୍ୟ ଶ୍ରୀ ସନ୍ତୋଷ କୁମାର ରଥ ବିଷୟ ବସ୍ତୁର ଆଭିମୁଖ୍ୟ ଉପରେ ଆଲୋଚନା କରିଥିଲେ ଅଧ୍ୟାପିକା ଶ୍ରଦ୍ଧାଞ୍ଜଳି ସାହୁ ଅତିଥି ପରିଚୟ ପ୍ରଦାନ କରିଥିଲେ ।ସମ୍ମାନିତ ଅତିଥି ଭାବେ ଅଧ୍ୟାପକ ବିଷ୍ଣୁ ପ୍ରସାଦ ରଥ ,ଅଧ୍ୟାପକ ବନମାଳି ବେହେରା, ଅଧ୍ୟାପକ ନରେନ୍ଦ୍ର ଦିଗାଲ ,ଅଧ୍ୟାପକ ବିରୂପାକ୍ଷ ତ୍ରିପାଠୀ , ଯୋଗଦେଇ ବକ୍ତବ୍ୟ ରଖିଥିଲେ । ପ୍ରାକ୍ତନ ପ୍ରାଧ୍ୟାପକ ଡ,ଅଶୋକ କୁମାର ଷଡଙ୍ଗୀ ଆଲୋଚକ ଭାବରେ ଯୋଗଦେଇ ଆଲୋଚ୍ୟ ବିଷୟକୁ ନେଇ ପୁଙ୍ଖା ନୁ ପୁଙ୍ଖ ଭାବରେ ଆଲୋଚନା କରିଥିଲେ । ସ୍ନାତକୋତ୍ତର ଛାତ୍ରୀ ଜ୍ୟୋତିର୍ମୟୀ ମିଶ୍ର ସନ୍ଦର୍ଭ ପାଠ କରିଥିଲେ । ସ୍ନାତକୋତ୍ତର ଛାତ୍ରୀ ଆଦ୍ୟାସା ପଟ୍ଟନାୟକ ଗଣେଶ ବନ୍ଦନା ର ନୃତ୍ୟ କରି କାର୍ଯ୍ୟକ୍ରମକୁ ଆଗକୁ ନେଇଥିଲେ । କାର୍ଯ୍ୟକ୍ରମକୁ ଛାତ୍ର ଆଦିତ୍ୟ ନାରାୟଣ ପଟ୍ଟନାୟକ,ଅର୍ମନ୍ ବେହେରା ପରିଚାଳନା କରିଥିଲେ ।ଛାତ୍ର ଛାତ୍ରୀ ଙ୍କୁ ଚଳ ଚିତ୍ର ମାଧ୍ୟମରେ ବୃକ୍ଷର ଉପକାରିତା ବିଷୟରେ ସଚେତନତା କରାଯାଇ ଥିଲା ।ନୂତନ ଭାବେ ଯୋଗଦେଇ ଥିବା ଅଧ୍ୟାପକ ଆକାଶ ଶତପଥୀ ଓ ଅଧ୍ୟାପିକା ଶୁଭଶ୍ରୀ ,ସ୍ନାତକୋତ୍ତର ଛାତ୍ର ଛାତ୍ରୀଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ଶେଷରେ ସାଂସ୍କୃତିକ କାର୍ଯ୍ୟ କ୍ରମ ଅନୁଷ୍ଠିତ ହୋଇ ଥିଲା ।

ad-week
Leave A Reply

Your email address will not be published.