ସ୍ବର୍ଗତ କମଳା ମହାପାତ୍ରଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକ ପାଳିତ

add-all

ଫୁଲବାଣୀ :ଫୁଲବାଣୀର ବିଶିଷ୍ଟ ସମାଜ ସେବୀ ଓ କମଳା ପ୍ରକାଶିନୀର ସତ୍ବାଧୀକାରୀ ସ୍ବର୍ଗତ କମଳା ମହାପାତ୍ରଙ୍କ ପ୍ରଥମ ଶ୍ରାଦ୍ଧ ବର୍ଷକ ଉତ୍ସବ ଜଗନ୍ନାଥ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇ ଯାଇଛି l ସ୍ବର୍ଗତ ମହାପାତ୍ର ସାହିତ୍ୟ ପ୍ରତି ରୂଚି ରଖିଥିବା କାରଣରୁ ଏବେ ତାଙ୍କ ପୁତ୍ର ଡ଼ ନୃସିଂହାନନ୍ଦ ମହାପାତ୍ର ଜଣେ ବିଶିଷ୍ଟ ସାହିତ୍ୟିକ ଥିବାରୁ ତାଙ୍କ ଶ୍ରଦ୍ଧାଞ୍ଜଳି ସଭା ଏକ ସ୍ମରଣୀୟ ସାହିତ୍ୟ ସଭାରେ ପରିଣତ ହୋଇଥିଲା l କମଳା ପ୍ରକାଶିନୀ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ସଭାପତି ଶ୍ରୀ ରାମକୃଷ୍ଣ ବେହେରାଙ୍କ ସଭାପତିତ୍ୱରେ ଜିଲ୍ଲା ଲେଖକ ସାମ୍ମୁଖ୍ୟ ର ସଭାପତି ଶ୍ରୀ ରବୀନ୍ଦ୍ରନାଥ ମିଶ୍ର,ଆଧ୍ୟାତ୍ମିକ ଗୁରୁ ସ୍ୱାମୀ ଦିବ୍ୟ ଚୈତନ୍ୟଜୀ, ମହାରାଜ, ଜଗନ୍ନାଥ ମନ୍ଦିରର ସଭାପତି ହରିଶ୍ଚନ୍ଦ୍ର ମହାରଣା, ବ୍ରାହ୍ମଣ ସଭାର ସଭାପତି ପିତାମ୍ବର ମିଶ୍ର, ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀ ଅକ୍ଷୟ କୁମାର ସେଠି, ସାହିତ୍ୟିକ ନବୀନ କିଶୋର ପଣ୍ଡା, ନବ କିଶୋର ରଥ, ଅଶୋକ କୁମାର ମିଶ୍ର, ସମ୍ବାଦ ସାହିତ୍ୟ ଘରର ସଂଯୋଜକ ଡ଼ ରଞ୍ଜନ ପ୍ରଧାନ, ଏମ କେ ଏସ ପି ର ସଭାପତି ବିଜୟ କୃଷ୍ଣ ପଟ୍ଟନାୟକ, ଆଇନୀଜୀବୀ ବିରଜା ନାହାକ, ସମାଜସେବୀ କୁନ୍ଦନ ସିଂ ପ୍ରଭୃତି ଯୋଗ ଦେଇ ସ୍ବର୍ଗତ ମହାପାତ୍ରଙ୍କ ସ୍ମୃତି ଚାରଣ କରିଥିଲେ l ଶେଷରେ କମଳା ପ୍ରକାଶିନୀର ପ୍ରତିଷ୍ଠାତା ତଥା ତାଙ୍କ ପୁତ୍ର ଡ଼ ନୃସିଂହାନନ୍ଦ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ l

ad-week
Leave A Reply

Your email address will not be published.