ନୂତନ ମନ୍ଦିର ପ୍ରତିଷ୍ଠା ଉତ୍ସବର ଦ୍ୱିତୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

add-all

ଚିକିଟି : ଏହି ବ୍ଲକ ଚିକିଟି ରାମଗୁଡା ଶିଖରୋପରି ରାଜ ପ୍ରତିଷ୍ଠିତ ଦକ୍ଷିଣ ଓଡ଼ିଶାର ପ୍ରସିଦ୍ଧ ଶକ୍ତି ପୀଠ ହିସାବରେ ଗଣ୍ୟ ମାଁ ବାଳକୁମାରୀ । ଉକ୍ତ ପୀଠରେ ନୂତନ ଭାବେ ନିର୍ମିତ ଦେବୀ ପ୍ରାସାଦ ଏବଂ ମହାକାଳୀ ଓ ଗଣେଶଙ୍କ ନୂତନ ମନ୍ଦିର ପ୍ରତିଷ୍ଠା ଉତ୍ସବ ଆସନ୍ତା ଜାନୁଆରୀ ୨୩ ତାରିଖ ଠାରୁ ଆରମ୍ଭ ହୋଇ ୩୦ ତାରିଖରେ ସମାପନ ହେବ। ଏହି ଅବସରରେ ପାରମ୍ପରିକ ରୀତିନୀତି ଅନୁଯାୟୀ ବିଶ୍ଵଶାନ୍ତି ମହାଯଜ୍ଞ, ଚଣ୍ଡୀ ପୀଠ ବିଗ୍ରହ ଜୀବନ୍ୟାସ ଓ ୫୬ ପ୍ରହର ନାମ ଯଜ୍ଞ ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ସମସ୍ତଙ୍କ ସହଯୋଗ ପାଇଁ ରାମଗୁଡା ଠାରେ ଆଜି ପୂର୍ବାହ୍ନ ସମୟରେ ଦ୍ଵିତୀୟ ପ୍ରସ୍ତୁତି ବୈଠକ ମନ୍ଦିର ଟ୍ରଷ୍ଟ ସଭାପତିଙ୍କ ଆନୁକୁଲ୍ୟରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଯଜ୍ଞ ପ୍ରଚାରକ ପଣ୍ଡିତ ଶ୍ରୀ ଅଶୋକ କୁମାର ପାଢ଼ୀଙ୍କ ସହ ମନ୍ଦିର ପରିଚାଳନା କମିଟି,ଟ୍ରଷ୍ଟ ସଭ୍ୟ, ଚିକିଟି ଓ ପାତ୍ରପୁର ଅଞ୍ଚଳର ଶହ ଶହ ସ୍ୱେଚ୍ଛାସେବୀ ଉପସ୍ଥିତ ରହି ହେବାକୁ ଥିବା ମନ୍ଦିର ପ୍ରତିଷ୍ଠା ଉତ୍ସବକୁ ଅତି ଆଡମ୍ବର ଓ ଶୃଙ୍ଖଳିତ ଭାବେ ପରିଚାଳିତ କରିବା ପାଇଁ ବିଭିନ୍ନ ପଦକ୍ଷେପ ପରିପ୍ରକାଶ କରିଥିଲେ।

ad-week
Leave A Reply

Your email address will not be published.