ଜେଲ ଗଲେ ନକଲି ଜାମିନଦାର : ମୃତ ବ୍ୟକ୍ତିଙ୍କ ନାଁରେ ଜାମିନଦାର, ଅଭିଯୋଗ ପରେ ପୁଲିସର ତଦନ୍ତ

add-all

ବ୍ରହ୍ମପୁର : ମୃତ ବ୍ୟକ୍ତିଙ୍କ ନାଁରେ ଜାମିନଦାର । . ଜଣେ ନୁହେଁ କି ଦୁଇଜଣ ଶହେ ରୁ ଅଧିକ ଅଭିଯୁକ୍ତ ଏଭଳି ନକଲି ଜାମିନ ପାଇ ମୁକୁଳିଛନ୍ତି ଜେଲରୁ। ଅଭିଯୋଗ ପରେ ବ୍ରହ୍ମପୁର ବୈଦ୍ୟନାଥପୁର ପୁଲିସ ଛଅ ଜଣଙ୍କୁ ଗିରଫ କରିଛି। ଆସିକା ନୂଆଗାଁର ମୃତକ ଲଡ଼ୁ କିଶୋର ବେହେରଙ୍କ ସ୍ତ୍ରୀ ସରୋଜିନୀ ବେହେରା ଏନେଇ ବୈଦ୍ୟନାଥପୁର ଥାନାରେ ଅଭିଯୋଗ କରିଥିଲେ। ଲଡ଼ୁ କିଶୋର ଜଣେ ଅଭିଯୁକ୍ତଙ୍କୁ ଜାମିନ କରିଥିବା ପରେ ଅଭିଯୁକ୍ତ ଜଣଙ୍କ ମାନ୍ୟବର କୋର୍ଟରେ ବାରମ୍ବାର ହାଜର ହୋଇ ନ ଥିଲେ।ଫଳରେ ଜାମିନ ଦାର ଙ୍କୁ କୋର୍ଟରୁ ସମନ ଯାଇଥିଲା।ଯାହାକୁ ନେଇ ବାରମ୍ବାର କୋର୍ଟରୁ ସମନ ଆସିବା ପରେ ବିଚଳିତ ହୋଇ ପଡ଼ିଥିଲେ ସରୋଜିନୀ। ଦୁଇ ବର୍ଷ ହେଲା ତାଙ୍କ ସ୍ୱାମୀ ଲଡ଼ୁ କିଶୋର ମୃତ୍ୟୁ ବରଣ କରିଥିବା ବେଳେ ଜାମିନଦାର କେମିତି ହେଲେ ବୋଲି ସରୋଜିନୀ ବୈଦ୍ୟନାଥପୁର ଥାନାରେ ଅଭିଯୋଗ କରିଥିଲେ।ଅଭିଯୋଗ ପରେ ବ୍ରହ୍ମପୁର ଏସପି ଡା. ସର୍ବଣା ବିବେକ ଏମ ଙ୍କ ନିର୍ଦେଶ କ୍ରମେ ବୈଦ୍ୟନାଥପୁର ଥାନା ଅଧିକାରୀ ସୁଚିତ୍ରା ପରିଡାଙ୍କ ନେତୃତ୍ୱରେ ଏକ ଟିମ ଗଠନ କରାଯାଇ ତଦନ୍ତ ଆରମ୍ଭ ହୋଇଥିଲା। ତଦନ୍ତ ପରେ ଆସିକା କରାତାଲି ଆଲିପୁର ଗ୍ରାମର ସୁଧୀର କୁମାର ଜେନା, ଲାଞ୍ଜିପଲ୍ଲୀ ମୁନିସପାଲଟି କଲୋନୀର ଭେଙ୍କଟ ପ୍ରସାଦ ଜେନା, ଆସିକା ଧୋବାପଲ୍ଲୀ ଗ୍ରାମର ସନ୍ୟାସୀ ମହାନ୍ତି, ଲାଞ୍ଜିପଲ୍ଲୀ ଶ୍ରୀକୃଷ୍ଣ ନଗରର ନିରାକାର ସାହୁ, ଜେଲ ରୋଡ଼ର ବାବୁଲା ନାୟକ, କେ ନୂଆଁଗାଁ କିଲୋଥିଆ ଗ୍ରାମର ଦୁର୍ଯ୍ୟୋଧନ ଓରଫ ଯୁଧିଷ୍ଠିର ମହାରଣା କୁ ଗିରଫ କରିଛି ପୋଲିସ।୬ଜଣ ନକଲି ଜାମିନଦାରଙ୍କୁ ଗିରଫ କରିଛି ବୈଦ୍ୟନାଥପୁର ଥାନା ପୁଲିସ।ସେମାନଙ୍କ ଠାରୁ ୧୩୭ ଟି ନକଲି ପଟ୍ଟା ,ମେପ, ରେଭେନ୍ୟୁ ଷ୍ଟାମ୍ପ ସହ ଅନ୍ୟାନ୍ୟ କାଗଜ ପତ୍ର ଜବତ କରିଛି ପୁଲିସ.।ବାବୁଲା ନାୟକ କମ୍ପ୍ୟୁଟରରେ ନକଲି ପ୍ରସ୍ତୁତ କରୁଥିଲେ। ମୃତକଙ୍କ ପଟ୍ଟାକୁ ନକଲି କରି ଜାମିନ କରୁଥିବା ଜଣା ପଡିଛି।ଘଟଣାର ତଦନ୍ତ ଚାଲିଛି ଯିଏ ବି ଘଟଣାରେ ସମ୍ପୃକ୍ତ ଥିବା ଜଣାପଡେ ତା ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାକିବ ବୋଲି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ବ୍ରହ୍ମପୁର ଏସ. ପି. ଶ୍ରୀ ବିବେକ କହିଛନ୍ତି।

ad-week
Leave A Reply

Your email address will not be published.