
ନୟାଗଡ଼ : ନୟାଗଡ଼ ସ୍ଵୟଂଶାସିତ ମହାବିଦ୍ୟାଳୟ ରେ ଅଭାବନୀୟ ଘଟଣା ଘଟିଛି । ମହାବିଦ୍ୟାଳୟ ର ଓଡ଼ିଆ ବିଭାଗ ଅଧ୍ୟାପକ ବାନମ୍ବର ପୃଷ୍ଟି ଅଧ୍ୟକ୍ଷ ବିପିନ କୁମାର ପଟ୍ଟନାୟକ ଙ୍କୁ ର୍ଦୁବ୍ୟବହାର ଓ ମାଡ଼ ମାରିବା ପରି ସଙ୍ଗୀନ ଅଭିଯୋଗ ଆଣି ନୟାଗଡ଼ ଟାଉନଥାନାରେ ଏତଲା ଦେଇଛନ୍ତି ବୋଲି ଥାନା ଅଧିକାରୀ ରଶ୍ମୀରଂଜନ ମହାପାତ୍ର ସୂଚନା ଦେଇଛନ୍ତି।
ସୂଚନା ଅନଯାୟୀ ଅଧ୍ୟକ୍ଷ ପଟ୍ଟନାୟକ ମହାବିଦ୍ୟାଳୟ ପରିସରରେ କୌଣସି କାମ ସାରି ଆସିବା ବଳକୁ ଅଧ୍ୟାପକ ପୃଷ୍ଟି କାହିଁକି ତାଙ୍କୁ ଓଡ଼ିଆ ବିଭାଗ ସଂଯୋଜକ ଭାବେ ଦାୟିତ୍ଵ ରୁ ବାହାର କରିଦେଇଛନ୍ତି ସେଥିପାଇଁ ଯୁକ୍ତିତର୍କ କରିଥିଲେ । ପରେ ଏକ ଚାପୁଡ଼ା ମଧ୍ୟ ମାରିଥିଲେ। ଏହା ଦେଖି ଅନ୍ୟ କର୍ମଚାରୀ ମାନେ ଅଟକାଇବା କୁ ଚେଷ୍ଟା କରିଥିବା ବେଳେ ଅଧ୍ୟାପକ ପୃଷ୍ଟି ପୁଣି ତାଙ୍କୁ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲେ । ଏହାକୁ ନେଇ ମହାବିଦ୍ୟାଳୟରେ ମହାବିଦ୍ୟାଳୟର ଜରୁରୀ ଷ୍ଟାଫ୍ କାଉନସିଲ ବୈଠକ ବସି ଅଧ୍ୟାପକଙ୍କ ବିରୋଧରେ ଥାନାରେ ଏତଲା ଦିଆଯିବ ଏବଂ ନିନ୍ଦା ପ୍ରସ୍ତାବ କାର୍ଯ୍ୟକାରୀ କରିବାକୁ ନିଷ୍ପତି ହୋଇଅଛି । ଉଚ୍ଚ କତୃପକ୍ଷଙ୍କୁ ଅଧ୍ୟାପକଙ୍କ ବିରୋଧରେ ଲିଖିତ ଭାବେ ଜଣାଇବାକୁ ନିଷ୍ପତି ନିଆ ଯାଇଅଛି । ଅଧ୍ୟାପକ ପୃଷ୍ଟି ଅଧ୍ୟକ୍ଷଙ୍କ ଦସ୍ତଖତ ଜାଲିଆତି କରୁଥିବାରୁ ତାଙ୍କୁ ଓଡ଼ିଆ ବିଭାଗ ସଂଯୋଜକ ଦୟିତ୍ୱରୁ ବାହାର କରିଦେଇଛନ୍ତି । ଏଥିରେ ଉତକ୍ଷୀପ୍ତ ହୋଇ ଅଧ୍ୟାପକ ପୃଷ୍ଟି ଆକ୍ରମଣ କରିଛନ୍ତି ଏବଂ ଏହା ପୂର୍ବରୁ ଅଧ୍ୟାପକ ପୃଷ୍ଟି ମହାବିଦ୍ୟାଳୟ ଅଫିସ ରେ ପଶି କିରଣୀଙ୍କୁ ଦୁର୍ବ୍ୟବହାର କରିଛନ୍ତି ।
ଜଣାପଡ଼ିଛି ଯେ ନୟାଗଡ଼ ସ୍ଵୟଂଶାସିତ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଭାବେ ବରିଷ୍ଠ ଅଧ୍ୟାପକ ବିପିନ କୁମାର ପଟ୍ଟନାୟକ ଦାୟିତ୍ବ ଗ୍ରହଣ କରିବା ପର ଠାରୁ ବିଭିନ୍ନ ସମୟରେ ବିବାଦ ଘେରକୁ ଆସୁଛି। ମହାବିଦ୍ୟାଳୟ ର ଅଧ୍ୟାପକ ମାନେ ସରକାରୀ ନୀତି କୁ ବେଖାତିର କରି ଘରୋଇ କୋଚିଙ୍ଗ ରେ ପଢ଼ାଉଛନ୍ତି ଏବଂ ଛାତ୍ରଛାତ୍ରୀ ଙ୍କ ପ୍ରତି କଲେଜ ରେ ଅସମ୍ବେଦନଶୀଳ ହେଉଥିବା ଦେଖାଯାଉଛି ।ମହାବିଦ୍ୟାଳୟ ଅଧ୍ୟକ୍ଷ ଏବଂ ଅନେକ ଅଧ୍ୟାପକଙ୍କ ମଧ୍ୟରେ ଶୀତଳ ଯୁଦ୍ଧ ଚାଲିଛି ବୋଲି ସବୁଠାରେ ଚର୍ଚ୍ଚା ହେଉଛି ।