ବୁଟିଗୁଡା ସରକାରୀ ଉଚ୍ଚ ବିଦ୍ୟାଳୟରୁ ଚୋରି

add-all

ମାଲକାନଗିରି : ମାଲକାନଗିରି ସଦର ମହକୁମା ଠାରେ ଥିବା ବୁଟିଗୁଡା ସରକାରୀ ଉଚ୍ଚ ବିଦ୍ୟାଳୟରୁ ରୁ ଚୋରି ହୋଇ ଥିବା ଅଭିଯୋଗ ହୋଇଛି ।ଆଜି ସକାଳେ ପ୍ରଧାନ ଶିକ୍ଷକଶ୍ରୀ ପୂର୍ଣଚନ୍ଦ୍ର ଖଣ୍ଡପାଣି ସ୍କୁଲରେ ପ୍ରବେଶ କରି ଅଫିସ କୁ ଯିବା ସମୟରେ ସେ ଅଫିସ ରୁମ କବାଟ ଖୋଲାଥିବା ଦେଖିବାକୁ ପାଇଥିଲେ । ସେ ତୁରନ୍ତ ଅନ୍ୟ ସହକାରୀ ଶିକ୍ଷକଙ୍କୁ ଡକାଇ ଅଫିସ ରୁମରେ ପ୍ରବେଶ କରି ଦେଖିବାକୁ ପାଇଥିଲେ ଯେ କବାଟ ର ତାଲାକୁ କେହି ତାଡ଼ିଦେବା ସହିତ ଅଫିସ ଆସବାବପତ୍ର ଚାରିଆଡେ ଵିକ୍ଷିପ୍ତ ହୋଇପଡିଛି । ଅଫିସର ଆଲମୀରା କବାଟକୁ ତାଡ଼ିଦେବା ସହ କିଛି ଫାଇଲ ଗାୟବ ହୋଇଛି । ପ୍ରଧାନ ଶିକ୍ଷକ ସଙ୍ଗେ ସଙ୍ଗେ ସ୍କୁଲ ପରିଚାଳନା କମିଟି କୁ ଡକାଇ ଏହି ବିଷୟରେ ଆଲୋଚନା କରିବା ସହ ସର୍ବ ସମ୍ମତି କ୍ରମେ ପୋଲିସ ନିକଟ ଅଭିଯୋଗ ଦାଖଲ କରିଥିଲେ । ଖବର ପାଇ ପୋଲିସ ପକ୍ଷରୁ ସ୍କୁଲ ରେ ପହଁଚି ତଦନ୍ତ ଚଳାଇବା ସହ ସ୍ଥିତି ବିଷୟରେ ଯାଂଚକରି ତଦନ୍ତ ଆରମ୍ଭ କରିଛନ୍ତି ।

ad-week
Leave A Reply

Your email address will not be published.