ଲଣ୍ଡାଗାଁ ପଞ୍ଚାୟତରେ ଧାନ ମଣ୍ଡି ଉଦଘାଟିତ

add-all

ବାଲିଗୁଡା,: କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ଲଣ୍ଡାଗାଁ ପଞ୍ଚାୟତ ରେ ଆରମ୍ଭ ହୋଇଛି ଧାନ କିଣା ବ୍ୟବସ୍ଥା । ଏହି କ୍ରମରେ ଆରଏମସି ର ଏକ ନୂତନ କୋଠା ପରିସରରେ ଧାନ ମଣ୍ଡିର ଶୁଭାରମ୍ଭ କରାଯାଇଛି। ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଯୋଗାଣ ବିଭାଗ ଅଧିକାରୀ ଦିଲୀପ କୁମାର ପାଣିଗ୍ରାହୀ ଯୋଗ ଦେଇ ଦୀପ ଧୂପ ପ୍ରଜ୍ଜଳନ ପୂର୍ବକ ଆନୁଷ୍ଠାନିକ ଭାବେ ଉଦଘାଟନ କରି ଧାନ କିଣାର ଶୁଭାରମ୍ଭ କରିଥିଲେ। ସରକାରଙ୍କ ପକ୍ଷରୁ ଚାଷୀଙ୍କୁ ଦିଆଯାଇଥିବା ପ୍ରତିଶ୍ରୁତି ପ୍ରକାରେ ଚଳିତବର୍ଷ ଇନପୁଟ ସହାୟତା ରାଶି ପ୍ରଦାନ ପୂର୍ବକ କ୍ବିଣ୍ଟାଲ ପ୍ରତି ୩୧୦୦ ଟଙ୍କାରେ ଧାନ କିଣିବେ ବୋଲି ମତପୋଷଣ କରିବା ସହ ମଣ୍ଡିରେ ଚାଷୀମାନେ ଭଲ ଧାନ ଓ ଭିଜା ଧାନକୁ ଅଲଗା ଆଣି ଦେବାକୁ କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ କନ୍ଧମାଳ ଡିଆରସିସି ତୃପ୍ତି କଲ୍ୟାଣ ସେଠୀ, ସହକାରୀ ଯୋଗାଣ ଅଧିକାରୀ ପି.ଭାର୍ଗବୀ, ଏଆରସିଏସ ସୁକାନ୍ତ କୁମାର ପାଢ଼ୀ, ଗଙ୍ଗା କହଁର, ଅମିତ ସାହୁ, ନରେଶ ପ୍ରଧାନ, କାର୍ତ୍ତିକ ଚନ୍ଦ୍ର ପଟ୍ଟନାୟକ, ଡିଏଲପିସି ସଦସ୍ୟ ଅଭିରାମ ରଣା, ଦେବେନ୍ଦ୍ର କୁଦେଇ, ଆରଏମସି ଓ ଲ୍ୟାମ୍ପ ର ସମସ୍ତ କର୍ମଚାରୀ, ତହସିଲ କାର୍ଯ୍ୟାଳୟ ର ନୋଡାଲ ଅଧିକାରୀ, ପଞ୍ଚାୟତର ସମସ୍ତ ଚାଷୀ ପ୍ରମୁଖ ଉପସ୍ଥିତ ରହିଥିଲେ। ପର୍ଯ୍ୟାୟ କ୍ରମେ ସମସ୍ତ ଅଞ୍ଚଳରେ ଧାନ ମଣ୍ଡି ଖୋଲାଯାଇ ଧାନ ସଂଗ୍ରହ କରାଯିବ ବୋଲି ଯୋଗାଣ ବିଭାଗ ପକ୍ଷରୁ କୁହାଯାଇଛି l

ad-week
Leave A Reply

Your email address will not be published.