ମାଲକାନଗିରି,୪।୧ : ମାଲକାନଗିରି ସଦର ବ୍ଲକ ସିନ୍ଧ୍ରିମାଳର ଛାତ୍ରୀ ଲଳିତା ମାଡି ଜିଲ୍ଲାପାଇଁ ସୁନାମ ଆଣି ଦେଇଛନ୍ତିା ଏଥିପୂର୍ୱେ ଜାଜପୁର ଜିଲ୍ଲାରେ ଅନୁଷ୍ଠିତ ହୋଇଥିବା ହାଣ୍ଡବଲ ପ୍ରତି ଯୋଗିତାରେ ସିନ୍ଧ୍ରିମାଳ ଶିକ୍ଷକ ସନାତନ ପ୍ରଧାନଙ୍କ ତତ୍ୱାବଧାନରେ ଛାତ୍ରୀ ଲଳିତା ମାଡି ଅଂଶଗ୍ରହଣ କରି ଉତମ ଖେଳ ପ୍ରଦର୍ଶନ କରିଥିଲୋ ଆଗାମୀ ଜାନୁଆରି ୧୦ ରୁ ୧୪ ତାରିଖ ପର୍ଯ୍ୟନ୍ତ ଜାତୀୟ ସ୍ତରୀୟ ପ୍ରତିଯୋଗିତା ତେଲେଙ୍ଗାନା ରାଜ୍ୟ ମେହବୁବନଗରରେ ଅନୁଷ୍ଠିତ ହେବାକୁ ଥିବା ବେଲେ ଉକ୍ତ ପ୍ରତି ଯୋଗିତାରେ ଲଳିତାଙ୍କୁ ନିଜର କ୍ରୀଡା ପ୍ରଦର୍ଶନ କରିବା ପାଇଁ ଚୟନ କରାଯାଇଛି। ଫଳରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ ପ୍ରଧାନ ଶିକ୍ଷୟିତ୍ରୀ ବାସନ୍ତୀ ପଟଲା ଖୁସି ବ୍ୟକ୍ତ କରି ତନକର ସଫଳତା କାମନା କରିଛନ୍ତି।
