ବେଲଗୁଣ୍ଠା : ଅଦିନିଆ ବର୍ଷା ଚାଷୀର ଜନଜୀବନ ଅସ୍ତବ୍ୟସ୍ତ କରିଦେଇଥିବା ବେଳେ ଏଯାବତ ସରକାର ପଦକ୍ଷେପ ନନେବା ଦୁର୍ଭାଗ୍ୟଜନକ, ଆଠ ଦିନ ଭିତରେ ସରକାର ଯଦି କୃଷକ ମାନଙ୍କୁ କ୍ଷତିପୂରଣ ନଦିଅନ୍ତି ତେବେ ହଜାର ହଜାର ଚାଷୀ ରାଜରାସ୍ତାକୁ ଓଲ୍ହେଇ ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଉ କରିବ ବୋଲି କୃଷକ ସଂଗଠନ ଚେତାବନୀ ଦେଇଛି l ଶ୍ରୀ ନୃସିଂହନାଥ କୃଷକ ସଂଗଠନର ସାଧାରଣ ସଭାରେ ମୁଖ୍ୟ ଅତିଥି ରାଷ୍ଟ୍ରୀୟ କିଷାନ ମଜଦୂର ମହାସଂଘର ରାଜ୍ୟ ସଭାପତି ସଚିନ ମହାପାତ୍ର ଯୋଗଦେଇ କୃଷକ ମାନଙ୍କ କଥା କୁ ଗତ ସରକାର ଗୁରୁତ୍ୱ ଦେଇ ନଥିଲେ ଆଉ ଏବେ ବର୍ତ୍ତମାନ ସରକାରଙ୍କ କାଯ୍ୟକଳାପ ମଧ୍ୟ ସେଇ ଭଳି ଦୁର୍ଭାଗ୍ୟଜନକ ବୋଲି ମତ ରଖି ଥିଲେ ,ଅଦିନିଆ ବର୍ଷା ଦାଉ ସାଦିଛି କୃଷକ ମାନଙ୍କ ଉପରେ, କୃଷକଙ୍କ ନ୍ୟାର୍ଯ୍ୟ ଅଧିକାର ପାଇଁ ରାଜନୈତିକ ଦଳଠାରୁ ଉର୍ଦ୍ଧରେ ରହି କାମ କରିବାକୁ ପଡିବ ବୋଲି ସଂଗଠନ ମତ ରଖିଛି l ରାଜ୍ୟ ପ୍ରବକ୍ତା ସ୍ବସ୍ତି ସୁନ୍ଦର ସିଅଙ୍କ ସଂଯୋଜନା କ୍ରମେ ସଂଗଠନର ଏକ କାର୍ଯ୍ୟକାରୀ କମିଟି ଗଠନ କରାଯାଇଛି ଗଞ୍ଜାମ ଜିଲ୍ଲାର ବିଭିନ୍ନ ପଞ୍ଚାୟତରୁ ଆସିଥିବା ଅନେକ ସଦସ୍ୟ, ସଦସ୍ୟାଙ୍କ ସର୍ବସମ୍ମତ କ୍ରମେ ନିଷ୍ପତି ନିଆଯାଇଛି i ଆଗାମୀ କାଲି ଏକ କୃଷକଙ୍କ ପ୍ରତିନିଥିଦଳଭଞ୍ଜନଗର ଉପଜିଲ୍ଲାପାଳ, କୃଷି ଅଧିକାରୀ ଓ ବିଭାଗୀୟ ଅଧିକାରୀ ଙ୍କୁ ସାକ୍ଷାତ କରି 8 ଦଫା ସମ୍ବଳିତ ଦାବି ଉପସ୍ଥାପନା କରିବେ, ଅଦିନିଆ ବର୍ଷା ରେ କ୍ଷତି ଗ୍ରସ୍ତ ହୋଇଥିବା ଧାନକୁ FAQ ମାନ କୋହଳ କରି ଚାଷୀଙ୍କ ଠାରୁ ଧାନ କିଣା ଯାଉ, ପ୍ରତ୍ୟେକ ଚାଷୀଙ୍କ କ୍ଷୟକ୍ଷତି ଆକଳନ କରି ଏକର ପିଛା ୩0 ହଜାର ଟଙ୍କା ସାହାଯ୍ୟ ରାଶି, ବୀମା ଭୁକ୍ତ ଚାଷୀଙ୍କୁ ଯଥା ଶୀଘ୍ର ବୀମା ସହାୟତା ପ୍ରଦାନ,ଚାଷୀଙ୍କୁ କୃଷିଯାତ ଦ୍ରବ୍ୟର ସର୍ବନିମ୍ନ ସହାୟକ ମୂଲ୍ୟରେ ଯୋଗାଇବା, ଜଳ ସେଚନ ଓ ନିଷ୍କାସନ ପାଇଁ ଭିତ୍ତିଭୂମି, ଚାଷୀ ଭାଗ ଚାଷୀଙ୍କନେଇ ସଠିକ ନିର୍ଣ୍ଣୟ କରି ଯଥା ଶୀଘ୍ର ସାହାଯ୍ୟ ରାଶି ପ୍ରଦାନ କରାଯାଉ ତତ ସଙ୍ଗେ ସଙ୍ଗେ କୃଷି ଋଣ ସମ୍ପୂର୍ଣ ରୂପେ ଛାଡ଼ କରଯାଉ ଦାବି ଉପସ୍ଥାପନା କରିବା ସହ ଏକ ମେମୋରେଣ୍ଡମ ଉପଜିଲ୍ଲାପାଳ ଙ୍କୁ ଦେବା ସହ ଜଦି ଦାବି ପୂରଣ ନ ହୁଏ ତାହା ଆଗାମୀ ଦିନ କୃଷକ ସଂଗଠନ ଆନ୍ଦୋଳନ ରେ ଓଲେଇବାକୁ ଚେତାବନୀ ଦେଇ ଛନ୍ତି i ସମ୍ପ୍ରତି ସ୍ଥିତିରେ କୃଷକ ମାନଙ୍କ ଅବସ୍ଥା କହିଲେ ନସରେ ଯେଉଁ କୃଷକମାନେ ନିକଟ ଅତୀତରେ ଆତ୍ମହତ୍ୟା ଓ ମୃତ୍ୟୁବରଣ କରିଛନ୍ତି ସେମାନଙ୍କ ପାଇଁ ସାଧାରଣ ସଭା ମୌନ ସହ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହ ଆଜକୁ ୩୩ ଦିନହେଲା କୃଷକଙ୍କ ନ୍ୟାର୍ଯ୍ୟ ଅଧିକାର ପାଇଁ ଆମରଣ ଅନଶନରେ ବସିଥିବା ଜଗଜିତ ସିଂହ ଦଳେବାଲଙ୍କ ପାଇଁ ସାମୁହିକ ମହାମୃତ୍ୟୁଞ୍ଜୟ ଉଚ୍ଚାରଣ କରିଥିଲେ l ଆଜିର ଏହି ସାଧାରଣ ସଭାରେ ୩ ହଜାରରୁ ଅଧିକା ଚାଷୀ ଯୋଗଦେଇ ପଦଯାତ୍ରା କରିଥିଲେ l ଶେଷରେ କବିରାଜ ପରିଡା ଧନ୍ୟବାଦ ଅର୍ପଣ କରିଥିଲେ l
