
ଚିକିଟି : ଏହି ବ୍ଲକ ଚିକିଟି ପେଣ୍ଠ ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ପ୍ରାଙ୍ଗଣରେ ଶନିବାର ଅପରାହ୍ନ ସମୟରେ ଷଡ ବିଂଶତମ ବାର୍ଷିକ ଉତ୍ସବ ମହା ଆଡମ୍ବରରେ ଅନୁଷ୍ଠିତ ହୋଇଯାଇଛି। ଚିକିଟି ପେଣ୍ଠ ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ସଭାପତି ଶ୍ରୀଯୁକ୍ତ ପଟମୁ ରାମାରାଓ ସୁବୁଦ୍ଧିଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ସାଂସଦ ଡ଼ଃ ପ୍ରଦୀପ କୁମାର ପାଣିଗ୍ରାହୀ ଓ ସମ୍ମାନିତ ଅତିଥି ଭାବେ ଚିକିଟି ବିଧାୟକ ଶ୍ରୀଯୁକ୍ତ ମନୋରଞ୍ଜନ ଦ୍ୟାନ ସାମନ୍ତରା ଉପସ୍ଥିତ ହୋଇଥିବା ବେଳେ ମୁଖ୍ୟ ବକ୍ତା ଭାବରେ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘର ଗଞ୍ଜାମ ଜିଲ୍ଲା ସ୍ବର ସଂଘ ଚାଳକ ଭଗବାନ ତ୍ରିପାଠୀ, ସମ୍ପାଦକ କୃଷ୍ଣ ଚନ୍ଦ୍ର ସାହୁ ଓ ଶିଶୁ ବିଦ୍ୟା ମନ୍ଦିରର ପ୍ରଧାନ ଆଚାର୍ଯ୍ୟ ନିରଞ୍ଜନ ବିଶୋଇ ଉପସ୍ଥିତ ରହି ମଞ୍ଚାସୀନ ଥିଲେ।ଆୟୋଜିତ ଉକ୍ତ ବାର୍ଷିକ ଉତ୍ସବରେ ଅତିଥି ମାନଙ୍କ ଦ୍ଵାରା ମାଁ ସରସ୍ୱତୀଙ୍କ ପାଖରେ ପ୍ରଦୀପ ପ୍ରଜ୍ବଳନ, ବନ୍ଦନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ପରେ ପରେ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ଆରମ୍ଭ କରିଥିବା ବେଳେ ବ୍ରହ୍ମପୁର ସାଂସଦ ମାଟି, ପାଣି, ପବନର ଶୁଦ୍ଧତା ଦୃଷ୍ଟିରୁ ସବୁଜ ପରିବେଶ ସୃଷ୍ଟି କରି ନୂତନ ପିଢ଼ିର ସୁରକ୍ଷା ପାଇଁ ପ୍ରକୃତିକୁ ସବୁଜରେ ଭରି କରିବା ପ୍ରତି ଗୁରୁତ୍ଵ ଦେବା ପାଇଁ ସଚେତନ ବାର୍ତ୍ତା ଦେଇଥିଲେ। ସେହିପରି ସ୍ଥାନୀୟ ବିଧାୟକ ବିଦ୍ୟାଳୟର ଉନ୍ନତି ପାଇଁ ସମସ୍ତ ସହଯୋଗ ଓ ନବମ ଦଶମର ସ୍ଵୀକୃତି ପାଇଁ ସରକାରୀ ସ୍ତରରେ ପ୍ରୟାସ କରିବା ପାଇଁ ଦୃଢ ପ୍ରତିଶ୍ରୁତି ଦେଇଥିଲେ। ମୂଖ୍ୟ ବକ୍ତା ଶିଶୁର ଭବିଷ୍ୟତ ପାଇଁ ଶିକ୍ଷାର ପ୍ରାଧାନ୍ୟ ଉପରେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଦେଇଥିଲେ।ଏଥି ସହିତ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା। ପ୍ରଧାନଚାର୍ଯ୍ୟ ନିରଞ୍ଜନ ବିଷୋୟୀ ବାର୍ଷିକ ବିବରଣୀ ପଠନ କରିଥିଲେ। କାର୍ଯ୍ୟକ୍ରମର ଦ୍ବିତୀୟ ସୋପାନରେ ଶିଶୁମାନଙ୍କ ଦ୍ୱାରା ମଞ୍ଚସ୍ଥ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଭରପୁର ଦର୍ଶକଙ୍କୁ ଆକର୍ଷିତ କରିଥିଲା। ଏହି ଭବ୍ୟ କାର୍ଯ୍ୟକର୍ମକୁ ଅନୁଷ୍ଠାନର ସମସ୍ତ ସେବାବ୍ରତି, ସଙ୍ଘର ସ୍ଵଂୟସେବକ, ପରିଚାଳନା ସମିତିର ସଦସ୍ୟଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସଫଳ ରୂପାୟନ ହୋଇଥିଲା।ଶେଷରେ ବିଦ୍ୟା ମନ୍ଦିରର ସହ ସମ୍ପାଦକ କେ ସିମାଞ୍ଚଳ ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରିଥିଲେ।