କମ୍ରେଡ଼ ସୁଧାଂଶୁ ପଣ୍ଡାଙ୍କ ବିୟୋଗ ଜିଲ୍ଲା ସିପିଆଇର ଗଭୀର ଶ୍ରଦ୍ଧାଞ୍ଜଳି

youtube

ବ୍ରହ୍ମପୁର : ବ୍ରହ୍ମପୁର ର ବିଶିଷ୍ଟ ସିପିଆଇ ନେତା, ବରିଷ୍ଠ ଆଇନଜୀବୀ, ସୁବକ୍ତା ତଥା ବହୁ ଜନ ଆନ୍ଦୋଳନର ନେତା କମ୍ରେଡ଼ ସୁଧାଂଶୁ ଶେଖର ପଣ୍ଡାଙ୍କର ତାରିଖ ବିୟୋଗରେ ପାର୍ଟିର ଜିଲ୍ଲା କାର୍ଯାଳୟରେ ବରିଷ୍ଟ ନେତା ସାଥି ସିମାଞ୍ଚଳ ସାହୁଙ୍କ ସଭାପତିତ୍ୱରେ ଏକ ଶ୍ରଦ୍ଧାଞ୍ଜଳି ଶୋକ ସଭା ଅନୁଷ୍ଠିତ ହୋଇ ଯାଇଛି ।ଏହି ସଭାରେ ପାର୍ଟିର ରାଜ୍ୟ ସହ ସମ୍ପାଦକ ସାଥି ପ୍ରକାଶ ପାତ୍ର,ରାଜ୍ୟ କାର୍ଯ୍ୟକାରୀ କମିଟି ସଭ୍ୟ ସାଥି ପ୍ରଶାନ୍ତ ପଟ୍ଟଯୋଶୀ ଓ ଶ୍ରୀହସ ରଥ, ଜିଲ୍ଲା ସହ ସମ୍ପାଦକ ସାଥି ପ୍ରଦୀପ ସେଠି ଓ ନୀଳକଣ୍ଠ ଦାସ ପ୍ରମୁଖ ସାଥୀଙ୍କ ସଂଗ୍ରାମୀ ଜୀବନ ଜିଲ୍ଲାରେ ଛାତ୍ର ଓ ଯୁବ ସାଙ୍ଗଙ୍କୁ ଗଡି ତୋଳିବାରେ ପ୍ରମୁଖ ଭୂମିକା ଏବଂ ଯୁବସାଙ୍ଗର ମୁଖପ୍ରତ୍ର ଯୁବଶକ୍ତିର ପ୍ରକାଶନରେ ସାଥିଙ୍କ ଯୋଗଦାନ ସର୍ବପରି ପାର୍ଟିର ଜୋନାଲ ସମ୍ପାଦକ ଭାବରେ ବ୍ରହ୍ମପୁରର ବିଭିନ୍ନ ଜନ ଆନ୍ଦୋଳନର ନେତୃତ୍ୱ ନେବାରେ ତାଙ୍କର କାର୍ଯ୍ୟଧାର ସମ୍ପର୍କରେ ବର୍ତବ୍ୟ ରଖିଥିଲେ l ବର୍ତମାନ ପରି ପରିପେକ୍ଷୀରେ ଜିଲ୍ଲାର ଯୁବ ଓ ଛାତ୍ର ସମାଜ ସାଥି ସୁଧାଂଶୁ ପଣ୍ଡାଙ୍କ ସ୍ରଗାମୀ ଭୂମିକାଙ୍କୁ ମନ ପକାଇ ସଂଗଠିତ ହେବା ପାଇଁ ଆଭାନ ଦେଇଥିଲେ l ଜିଲ୍ଲାର ବରିଷ୍ଠ ନେତା ରାଜୀବ ଲୋଚନ ପଣ୍ଡା, ବ୍ରହ୍ମପୁର ଆଞ୍ଚଳିକ ସଂପାଦକ କାମଦେବ ନାହାକ, ଚମାଖଣ୍ଡି ଆଞ୍ଚଳିକ ସଂପାଦକ ଜନାର୍ଦ୍ଦନ ରେଡ୍ଡୀ, ଶ୍ରମିକ ନେତା ପ୍ରବୀଣ ଦାଶ,ଦୁର୍ଗା ପାତ୍ର, ଆଦିନାରାୟ ରେଡ୍ଡୀ,ବିପ୍ର ନାୟକ, ବିଦେଶୀ ନାହାକ, ପଚାନନ ସ୍ୱାଇଁ, ଗୋପାଳ ଭୁଆଁ, ସତ୍ୟ ମହାପାତ୍ର ଓ କୁମାର ପ୍ରିୟ ଦଶୀ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ l

Leave A Reply

Your email address will not be published.