କ.ନୂଆଗାଁରେ ନୂତନ ଥାନା ଅଧିକାରୀଙ୍କ ଯୋଗଦାନ

add-all

ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ବ୍ଲକର ନୂତନ ଥାନା ଅଧିକାରୀ ଭାବେ ଅଶୋକ କୁମାର ହାଂସଦା କାର୍ଯ୍ୟରେ ଯୋଗ ଦେଇ ନିଜ ଦାୟିତ୍ୱ ଗ୍ରହଣ କରିଛନ୍ତି। ସେ ପୂର୍ବରୁ ଦାରିଙ୍ଗବାଡି ଥାନାରେ କାର୍ଯ୍ୟ କରି ବେଶ ସୁନାମ ଅର୍ଜନ କରିଥିଲେ। ଏଠାରେ ସେ ଯୋଗ ଦେବା ପରେ ସମଗ୍ର ବ୍ଲକ ଅଞ୍ଚଳରେ ଶାନ୍ତି ଶୃଙ୍ଖଳା ରକ୍ଷା ଦିଗରେ ଗୁରୁତ୍ବ ଦେବେ ବୋଲି କହିଛନ୍ତି। ନୂତନ ଥାନା ଅଧିକାରୀ ଯୋଗ ଦେବା ପରେ ସେକେଣ୍ଡ ଅଫିସର ଅଶୋକ କୁମାର ତ୍ରିପାଠୀ,ଏସଆଇ ଦମୟନ୍ତୀ ବେହେରା ଓ ଏଏସଆଇ ସୁରେନ୍ଦ୍ର ରାଜହଂସ, ଉମାଶଙ୍କର ପେଡେଣ୍ଟିଙ୍କ ସମେତ ସମସ୍ତ ଥାନା କର୍ମଚାରୀ ମାନେ ସ୍ଵାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ପୂର୍ବରୁ ଥିବା କ.ନୂଆଗାଁ ଥାନା ଅଧିକାରୀ ପି.ସ୍ଵରୂପ କ୍ରିଷନ ଫୁଲବାଣୀ ଟାଉନ ଥାନାକୁ ବଦଳି ହୋଇ ଥିବା ଜଣାପଡିଛି।

ad-week
Leave A Reply

Your email address will not be published.