୮ କେଜି ୨୦୦ ଗ୍ରାମ ଗଞ୍ଜେଇ ସହ ଜଣେ ଗିରଫ

add-all

ହିଞ୍ଜିଳିକାଟୁ : ହିଞ୍ଜିଳିକାଟୁ ଥାନା ଘୋଡାହଡ ନଦୀ ସେତୁ ନିକଟ ଖଣ୍ଡରା ଛକରୁ ମଙ୍ଗଳବାର ସକାଳୁ ହିଞ୍ଜିଳିକାଟୁ ଅବକାରୀ ବିଭାଗ ପକ୍ଷରୁ ଏକ ସରକାରୀ ବସ ଉପରେ ଚଢାଉ କରି ୮ କେଜି ୨୦୦ ଗ୍ରାମ ଗଞ୍ଜେଇ ସହ ଜଣକୁ ଗିରଫ କରିଛି ଅବକାରୀ ପୁଲିସ । ଗିରଫ ଯୁବକ ହେଲେ ମହାରାଷ୍ଟ୍ର ପୁନେ ଜିଲ୍ଲା ନାରାୟଣ ଗାଁଓ (ଜୁନର ) ଥାନା ଧାବେରୱଡି କାରଖାନା ରୋଗର ଅମୋଲ ଦିନକର ଭୋର ୩୫ବୋଲି ଜଣାପଡିଛି।ସୂଚନା ମୁତାବକ ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ହିଞ୍ଜିଳିକାଟୁ ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ସୁମିତ୍ରା ଵିଶି ଙ୍କ ନେତୃତ୍ୱରେ ଏକ ଟିମ୍ ମଙ୍ଗଳବାର ଜୋରରେ ଏକ ସରକାରୀ ବସ ଉପରେ ଚଢ଼ାଉ କରିଥିଲେ। ସୁଚନା ମୁତାବକ ଧଳା ଵସ୍ତା ସହ ଚାଲାଣକାରୀ ଓ ଗଞ୍ଜେଇକୁ ଧରିବାରେ ସଫଳ ହୋଇଥିଲା । ଗଞ୍ଜେଇ ପରିମାଣ ୮ କେଜି୨୦୦ ଗ୍ରାମ ହୋଇଥିବା ବେଳେ ଏ ନେଇ ପି ଆର କେଶ ନଂ ୭୧/୨୦୨୪-୨୫ ରେ ଏକ ମାମଲା ରୁଜୁ କରି କୋର୍ଟ ଚାଲାଣ କରାଯାଇଥିବା ଜଣା ପଡିଛି

ad-week
Leave A Reply

Your email address will not be published.