ନାବାଳିକାଙ୍କୁ ଅପହରଣ ଅଭିଯୋଗ, ଥାନାରେ ଏତାଲା

add-all

ହିଞ୍ଜିଳିକାଟୁ : ହିଞ୍ଜିଳି ଥାନା ଇଲାକାର ଜୈନିକା ନାବାଳିକାଙ୍କୁ ସୋମବାର ଅପରାହ୍ନରେ କେହି ଅପହରଣ କରି ନେଇଥିବା ନେଇ ମଙ୍ଗଳବାର ସନ୍ଧ୍ୟାରେ ନାବାଳିକାଙ୍କ ବାପା ହିଞ୍ଜିଳି ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ଭିତ୍ତିରେ ହିଞ୍ଜିଳି ଥାନାରେ କେସ ନଂ – ୨୨/୨୫ ରେ ଏକ ମାମଲା ରୁଜୁ କରି ପୁଲିସ ଘଟଣାର ତଦନ୍ତ ଚଳାଇଛି।‌ ହିଞ୍ଜିଳି ଥାନା ଅଞ୍ଚଳର ଏକ ଗ୍ରାମର ଜୈନିକା ନାବାଳିକା ସୋମବାର ଅପରାହ୍ନରେ ନାବାଳିକା ଜଣଙ୍କ ହିଞ୍ଜିଳିକାଟୁ ବଜାରକୁ କିଛି ସାମଗ୍ରୀ କିଣିବାକୁ କହି ଘରୁ ଆସିଥିଲେ। ବିଳମ୍ବିତ ରାତ୍ର ପର୍ଯ୍ୟନ୍ତ ଘରକୁ ନଫେରିବାରୁ ପରିବାର ଲୋକେ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ ମଧ୍ୟ ସନ୍ଧାନ ମିଳିନଥିଲା। ପରେ ନାବାଳିକାଙ୍କୁ କେହି ଅପହରଣ କରି ନେଇଥିବା ସନ୍ଦେହ କରି ନାବାଳିକାଙ୍କ ବାପା ମଙ୍ଗଳବାର ସନ୍ଧ୍ୟାରେ ହିଞ୍ଜିଳି ଥାନାରେ ଅଭିଯୋଗ କରିଛନ୍ତି।

ad-week
Leave A Reply

Your email address will not be published.