ହିଞ୍ଜିଳିକାଟୁ : ଜିଲା ବିଜେପି ପକ୍ଷରୁ ରାଜ୍ୟରେ ପ୍ରବାସୀ ଭାରତୀୟ ଦିବସ ପାଳନ ନେଇ ଏକ ପତ୍ରକାର ସମ୍ମିଳନୀ ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ବଈଁଚବଣିଆ ଚଣାପଦର ସ୍ଥିତ ବିଜେପି କାର୍ଯ୍ୟାଳୟ ରେ ଜିଲା ସଭାପତି ବିଜୟ କୁମାର ସ୍ଵାଇଁ ଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ କବିସୂର୍ଯ୍ୟନଗର ବିଧାୟକ ପ୍ରତାପ ନାୟକ, ଯୋଗଦେଇ କହିଲେ ଯେ କେନ୍ଦ୍ର ସରକାରଙ୍କ ଫୋକସ୍ ରେ ଆମ ରାଜ୍ୟ ଓଡିଶା ରହିଛି । ଓଡିଶାର ସାମଗ୍ରିକ ବିକାଶ, ୨୦୩୬ ସୁଦ୍ଧା ବିକଶିତ ଓଡିଶା ଗଠନ ହେଉଛି ଏହାର ମୂଳ ଲକ୍ଷ୍ୟ । କେନ୍ଦ୍ରରେ ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ସରକାର ଗଠନ ହେବା ପରେ ଓଡିଶାକୁ ସବୁବେଳେ ଗୁରୁତ୍ୱ ଦିଆଯାଉଛି । ଭିତିଭୂମି, ସଡକ, ରେଳ, ବିମାନ ସେବାର ମାନ ବୃଦ୍ଧି କରାଯାଇ ୨୦୩୬ ସୁଦ୍ଧା ଓଡିଶାକୁ ବିକଶିତ ରାଜ୍ୟ ଭାବେ ଗଢି ତୋଳିବା ପାଇଁ ବିଜେପି ସରକାର ବଦ୍ଧ ପରିକର । ଗରିବ, ଯୁବକ, କୃଷକ ଓ ମହିଳା କଲ୍ୟାଣ ନିମନ୍ତେ ମୋଦି ସରକାର ପ୍ରତିଶ୍ରୁତିବଦ୍ଧ । ଏଥିପାଇଁ ଅନେକ କଲ୍ୟାଣକାରୀ ଯୋଜନାକୁ କାର୍ଯ୍ୟକାରୀ କରୁଛନ୍ତି । ଓଡିଶାରେ ପ୍ରଥମଥର ପାଇଁ ଭାରତୀୟ ଜନତା ପାର୍ଟି ଏକାକି ସରକାର ଗଠନ କରିବା ପରେ ଜାତୀୟ ସ୍ତରର ଅନେକ କାର୍ଯ୍ୟକ୍ରମ ତଥା ଗୁରୁତ୍ୱପୂର୍ଣ୍ଣ ବୈଠକ ରାଜ୍ୟରେ ଅନୁଷ୍ଠିତ ହୋଇଛି । ଗତ ମାସରେ ଓଡିଶାରେ ପ୍ରଥମଥର ପାଇଁ ଭୁବନେଶ୍ୱରରେ ପୋଲିସ୍ ମହାନିର୍ଦ୍ଧେଶକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀ ଯୋଗଦେଇ ତିନିଦିନ ଓଡିଶାରେ ରହିଥିଲେ । ସେହିପରି ନୌସେନା ଦିବସ ପୁରୀଠାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଯୋଗ ଦେଇଥିଲେ । ଆସନ୍ତା ୮,୯ ଓ ୧୦ ତାରିଖ ତିନିଦିନ ଧରି ଭୁବନେଶ୍ୱରରେ ପ୍ରଥମଥର ପାଇଁ ପ୍ରବାସୀ ଭାରତୀୟ ଦିବସ ପାଳନ କରାଯାଉଛି । ଏହା ହେଉଛି ୧୮ତମ ପ୍ରବାସୀ ଭାରତୀୟ ଦିବସ । ପାଖାପାଖି ପ୍ରାୟ ୬୦ଟି ଦେଶରୁ ପ୍ରବାସୀ ଭାରତୀୟମାନେ ଏଥିରେ ଅତିଥି ଭାବେ ଯୋଗ ଦେବେ । ବସୁଧୈଃବ କୁଟୁମ୍ବକମ୍: “ସମଗ୍ର ବିଶ୍ୱ ହେଉଛି ମୋ ପରିବାର” ଏହି ବାର୍ତାର ମହତ୍ୱ ଓ ଗୁରୁତ୍ୱକୁ ପ୍ରବାସୀଙ୍କ ଜରିଆରେ ସାରା ବିଶ୍ୱରେ ପହଂଚାଇବାର ଅବସର ଆସିଛି । ଏଥିସହ ଓଡିଶାର ଐତିହ୍ୟ, ସଂସ୍କୃତି, କଳା, ଖାଦ୍ୟ ଓ ପରମ୍ପରାକୁ ବ୍ୟାପକ କରିବାର ଅବସର ଆସିଛି । ବିଶେଷ ଭାବେ ପର୍ଯ୍ୟଟନ କ୍ଷେତ୍ରରେ ଓଡିଶାରେ ଅପାର ସମ୍ଭାବନା ରହିଛି । ପର୍ଯ୍ୟଟନ କ୍ଷେତ୍ରର ବିକାଶରେ ଓଡିଶାର ଅର୍ଥନୈତିକ ଅଭିବୃଦ୍ଧି ହେବ । ଅନ୍ୟ ରାଜ୍ୟ ସମେତ ବିଦେଶୀ ପର୍ଯ୍ୟଟନଙ୍କ ସଂଖ୍ୟା ବୃଦ୍ଧି ପାଇବ । ରାଜ୍ୟରେ ପ୍ରଥମଥର ପାଇଁ ଏଭଳି ବିଶ୍ୱସ୍ତରୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିବା କାରଣରୁ ଓଡିଶାର ମାନ ଓ ସମ୍ମାନ ବିଶ୍ୱସ୍ତରରେ ବୃଦ୍ଧି ପାଇବ ବୋଲି କହିଛନ୍ତି।ଏହି ପତ୍ରକାର ସମ୍ମିଳନୀ ରେ ହିଞ୍ଜିଳି ବିଧାୟକ ପ୍ରାର୍ଥୀ ତଥା କାର୍ଯ୍ୟକାରିଣୀ ସଦସ୍ୟ ଶିଶିର ମିଶ୍ର,ମାଧବ ଗୈାଡ, ପୂର୍ବତନ ହିଞ୍ଜିଳି ମଣ୍ଡଳ ସଭାପତି ସନ୍ତୋଷ ପାଣିଗ୍ରାହୀ, ନିଯୁକ୍ତ ହିଞ୍ଜିଳି ମଣ୍ଡଳ ସଭାପତି ସୁଧାଂଶୁ ଶେଖର ସାବତ, କଞ୍ଚୁରୁ ମଣ୍ଡଳ ସଭାପତି ରବିନ୍ଦ୍ର ପାଣିଗ୍ରାହୀ ଙ୍କ ସହ ବିଜେପି କାର୍ଯ୍ୟକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ।
