
ନୟାଗଡ଼ : ନୟାଗଡ଼ ସ୍ଵୟଂଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ବିପିନ କୁମାର ପଟ୍ଟନାୟକଙ୍କୁ ଓଡ଼ିଆ ଅଧ୍ୟାପକ ବାନାମ୍ୱର ପୃଷ୍ଟି ମାଡ଼ ମାରିବା ଘଟଣାରେ ଆଞ୍ଚଳିକ ସହକାରୀ ନିର୍ଦ୍ଦେଶକଙ୍କ ପରିଭ୍ରମଣ ଏବଂ ଛାନଭିନ । ଟାଉନ ଥାନାରେ ଏତଲା ପରେ ବାରମ୍ବାର ଡାକରା ପରେ ହାଜର ହେଉନଥିବା ଓଡ଼ିଆ ଅଧ୍ୟାପକ ପୃଷ୍ଟି ଙ୍କ ବିରୁଦ୍ଧରେ କିଛି ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ ଆଶା ରଖିଛନ୍ତି ମହାବିଦ୍ୟାଳୟ ର ଅଧ୍ୟାପକ, ଅଧ୍ୟାପିକା ତଥା ଅଣଶିକ୍ଷା କର୍ମଚାରୀ । ମହାବିଦ୍ୟାଳୟର ଅଧ୍ୟକ୍ଷ ଙ୍କୁ ମାଡ଼ ମାରିବା ଘଟଣାରେ ଷ୍ଟାଫ୍ କାଉନସିଲ ଆଲୋଚନା ପରେ ଅଧ୍ୟକ୍ଷ ବିପିନ କୁମାର ପଟ୍ଟନାୟକ ଉଚ୍ଚ କତୃପକ୍ଷ ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଉଚ୍ଚଶିକ୍ଷା ବିଭାଗ ଆଞ୍ଚଳିକ ସହକାରୀ ନିର୍ଦ୍ଦେଶକ ମହାବିଦ୍ୟାଳୟକୁ ପରିଭ୍ରମଣ ରେ ଆସି ପ୍ରଥମେ ଶୃଙ୍ଖଳା କମିଟି ସହିତ ଆଲୋଚନା କରିଥିଲେ। ଏହା ସହ ମହାବିଦ୍ୟାଳୟ ର ଅନ୍ୟାନ୍ୟ ଅଭିଯୋଗ ସହିତ ଅଧ୍ୟାପକ ପୃଷ୍ଟି ଙ୍କ ବିରୁଦ୍ଧରେ ଆସିଥିବା ଅଭିଯୋଗ ସମ୍ପର୍କରେ ଶୁଣିଥିଲେ । ପରେ ସହକାରୀ ଆଞ୍ଚଳିକ ନିର୍ଦ୍ଦେଶକ ଷ୍ଟାଫ୍ କମନ୍ ରୁମକୁ ଯାଇ ସମସ୍ତ ଅଧ୍ୟାପକ ଅଧ୍ୟାପିକା ମାନଙ୍କ ସହିତ ଘଟଣା ବିଷୟରେ ଆଲୋଚନା କରିବା ସହିତ ମତାମତ ଆହ୍ବାନ କରିଥିଲେ। ଅନେକ ଅଧ୍ୟାପକ ଅଧ୍ୟାପିକା ତଥା ଅଣଶିକ୍ଷା କର୍ମଚାରୀ ଲିଖିତ ଭାବେ ନିଜର ମତାମତ କୁ ଆଞ୍ଚଳିକ ନିର୍ଦ୍ଦେଶକଙ୍କୁ ଜଣାଇଛନ୍ତି । ଓଡ଼ିଆ ଅଧ୍ୟାପକ ପୃଷ୍ଟି ଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ହେବାର ସମ୍ଭାବନା ଦେଖାଯାଉଛି। ଅଧ୍ୟକ୍ଷ ପଟ୍ଟନାୟକ ଙ୍କୁ ଓଡ଼ିଆ ଅଧ୍ୟାପକ ପୃଷ୍ଟି ମାଡ଼ ମାରିବା ଘଟଣା ପର ଠାରୁ ଅଧ୍ୟକ୍ଷ ନିଜ ଆସନରେ ନବସି ଅନ୍ୟ ସ୍ଥାନରେ ବସି କାର୍ଯ୍ୟ କରୁଥିବାର ଜଣା ପଡିଛି ।