
ଉମରକୋଟ : ନବରଙ୍ଗପୁର ଜ଼ିଲ୍ଲାର ଉମରକୋଟ / ରାଇଘର ମୁଖ୍ୟ ୪୦ ନଂ ଜାତୀୟ ରାଜପଥରେ ଯିବା ଆସିବା କରୁଥିବା ବାଟୋଇଙ୍କ କରୁଣ କାହାଣୀ ଆମ ‘ନିସର୍ତ’ ନ୍ୟୁଜରେ ବିଗତ ୦୪/୦୧/୨୦୨୫ ରିଖରେ ପ୍ରକାଶ ପାଇବା ପରେ ପୂର୍ତ୍ତ ବିଭାଗ ଓ ଠିକାଦାର ରାସ୍ତାରେ କାମ ଜାରି ରଖିଛନ୍ତି ଏବଂ ଉମରକୋଟ ରାସ୍ତାର ଦହିବଡା ଠାରୁ ପ୍ରାୟ ଏକ କିଲୋମିଟର ପିଚୁ କାମ ସମ୍ପୂର୍ଣ ହେବା ସହିତ ରାସ୍ତାଟିରେ ମୁରୁମ, ମାଟି ପକାଇ ଲେବେଲ କାର୍ଯ୍ୟ ଦ୍ରୁତ ଗତିରେ ଚାଲୁ ଅଛି। ମାସ ମାସ ଧରି ପଡ଼ି ରହିଥିବା ରାସ୍ତାର କାର୍ଯ୍ୟକୁ ଦେଖି ବାଟୋଇ ସହ ରାସ୍ତା କଡ଼ରେ ବସବାସ କରୁଥିବା ଲୋକ ମାନେ ଉତଫୁଲ୍ଲିତ ଓ ଆନନ୍ଦିତ ହୋଇ ଖୁସି ଅନୁଭବ କରି କହିଛନ୍ତି, ଏହି ପରି ଦ୍ରୁତ ଗତିରେ କାର୍ଯ୍ୟ ସୁ-ସମ୍ପୂର୍ଣ ହେବ ନା ପୁଣି ଯୋଉଁ ଅବସ୍ଥା ତାହା ହେବ କି ? କହି ବାଟୋଇ ସହ ରାସ୍ତା କଡ଼ରେ ବସବାସ କରୁଥିବା ଲୋକଙ୍କ ମନରେ ପ୍ରଶ୍ନବାଚୀ । କାହିଁକି ନା, ପ୍ରବାଦରେ ଅଛି ‘ ମୋତେ ଯେତେ ମାଠିବୁ ମାଠ, ମୁଁ ସେହି ଦରପୋଡା କାଠ ‘। ସାଧାରଣ ଜନତା, ବାଟୋଇ ଓ ରାସ୍ତା କଡ଼ରେ ବସବାସ କରୁଥିବା ଲୋକମାନେ ସେମାନଙ୍କ ପିଲା ଛୁଆ ଧରି ମରନ୍ତୁ କି ବଞ୍ଚନ୍ତୁ ସେଥିରେ କାହାର କଣ ହେବ,ବଡ଼ ବଡ଼ିଆ ସରକାରୀ ବାବୁ, ଠିକାଦାର ସେମାନେ ତୋ ଶୀତ ନିୟନ୍ତ୍ରିତ କକ୍ଷରେ ବସି ଆରାମରେ ଅଛନ୍ତି କହି, ଯିବା ଆସିବା କରୁଥିବା ବାଟୋଇ, ସାଧାରଣ ଜନତା ଓ ରାସ୍ତା କଡ଼ର ବାସିନ୍ଦା ମାନେ ମନ ଦୁଃଖରେ ପ୍ରକାଶ କରିଛନ୍ତି । ବର୍ତମାନ ଏହି ଉମରକୋଟ / ରାଇଘର ୪୦ ନଂ ଜାତୀୟ ରାଜପଥଟି ଦ୍ରୁତ ଗତିରେ କାର୍ଯ୍ୟ ସମ୍ପୂର୍ଣ ହେଲେ ସମସ୍ତେ ଧୂଳି ଓ ବାୟୁ ପ୍ରଦସନରୁ ରକ୍ଷା ପାଇଥାନ୍ତା କହି ଆମ ‘ନିସର୍ତ’ ପ୍ରତିନିଧି ଆଗରେ ମତ ବ୍ୟକ୍ତ କରିଛନ୍ତି। ଏବେ ଦେଖିବାକୁ ବାକି ରହିଲା ଦ୍ରୁତ ଗତିରେ କେତେ ଦିନରେ ଉମରକୋଟ / ରାଇଘର ମୁଖ୍ୟ ରାସ୍ତାଟିର କାର୍ଯ୍ୟ ପୂର୍ତ୍ତ ବିଭାଗ ଓ ଠିକାଦାର ସୁ-ସମ୍ପୂର୍ଣ କରୁଛନ୍ତି।