ଟ୍ରକକୁ ପଛପଟୁ ପିଟିଲା ଘରୋଇ ବସ ୪ମୃତ ଅନେକ ଆହତ…

add-all

ମାଲକାନଗିରି : ମାଲକାନଗିରି ସୀମାନ୍ତ ତେଲେଙ୍ଗାନା ରାଜ୍ୟ ସୂର୍ଯ୍ୟାପେଟ ନିକଟରେ ଘଟିଛି ଦୁର୍ଘଟଣା । ଘଟଣାରୁ ପ୍ରକାଶ ଯେ ଓଡିଶାର ନୂଆପଡା ଜିଲ୍ଲା ସିନାପାଲିରୁ ହାଇଦ୍ରାବାଦ ଅଭିମୁଖେ ଯାଉଥିବା ଗୁପ୍ତାନାମକ ଏକ ଘରୋଇ ବସ ତେଲେଙ୍ଗାନାର ସୂର୍ୟାପେଟା ନିକଟରେ ଆଜି ସକାଳେ ଦୁର୍ଘଟଣା ଗ୍ରସ୍ତ ହୋଇଛି । ଘଟଣା ସ୍ଥଳରେ ଡ୍ରାଇଭର ସମେତ ୪ ଜଣଙ୍କ ମୃତ୍ୟୁ ହୋଉଥିବା ବେଳେ କିଛି ଗୁରୁତର ଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ସିନାପାଲ୍ଲୀରୁ ହାଇଦ୍ରାବାଦକୁ ଯାଉଥିଲା ଗୁପ୍ତା ଟ୍ରାଭେଲସ ନାମକ ଘରୋଇ ବସଟିରେ ପ୍ରାୟ 40 ଜଣରୁ ଉର୍ଦ୍ଧ୍ବ ଯାତ୍ରୀଙ୍କୁ ନେଇ ହାଇଦ୍ରାବାଦ ଅଭିମୁଖେ ଯାଉଥିଲା । ଯାତ୍ରୀଙ୍କ ମଧ୍ୟରେ ଅଧିକାଂଶ ଶ୍ରମିକ ରହିଥିବା ଜଣାପଡିଛି ।ତେଲେଙ୍ଗାନା ରାଜ୍ୟର ସୁର୍ଯ୍ୟା ପେଟ ଜିଲ୍ଲାର ଖମ୍ମ।ମ- ସୂର୍ଯ୍ୟପେଟ ରାଜପଥର ଚେଭଭେମ ମଣ୍ଡଳରେ ୪୦ଜଣ ଯାତ୍ରୀଙ୍କୁ ନେଇ ଓଡ଼ିଶା ରାଜ୍ୟରୁ ହାଇଦ୍ରାବାଦ ଯାଉଥିବା CG 17 k 7719 (ଛତିଶଗଡ) ନମ୍ବର ବିଶିଷ୍ଟ ଏକ ବସ୍ ଅଟକି ଯାଇଥିବା ଟ୍ରକ ସହିତ ଧକ୍କା ହେବା ଫଳରେ ଦୁଇ ଜଣ ମହିଳା ସମେତ ଚାରି ଜଣ ଶ୍ରମିକଙ୍କର ମୃତ୍ୟୁ ଘଟିଛି ଏବଂ ଅନେକ ଶ୍ରମିକ ଆହତ ହୋଇଛନ୍ତି। ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଆହତମାନଙ୍କୁ ଚିକିତ୍ସା ପାଇଁ ଜିଲ୍ଲା ସରକାରୀ ମୁଖ୍ୟାଳୟ ସ୍ୱାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତର କରିଛି।

ad-week
Leave A Reply

Your email address will not be published.