ଗାଧବା ସମାଜର ପୁଷପୁନି

add-all

ଉମରକୋଟ / ରାଇଘର : ବାର ମାସରେ ତେର ପର୍ବ, ଏହି ପରି ବିଭିନ୍ନ ପର୍ବ ପର୍ବାଣୀ ଭାରତ ର ବିଭିନ୍ନ ରାଜ୍ୟରେ ବିଭିନ୍ନ ନାମରେ ପାଳିତ ହୁଏ, ତତ ମଧ୍ୟରୁ ପୁଷ ପୁନି ଗୋଟିଏ ପର୍ବ। ନବରଙ୍ଗପୁର ଜ଼ିଲ୍ଲା, ରାଇଘର ବ୍ଲକ ମହଣ୍ଡ ପଞ୍ଚାୟତ ଅନ୍ତର୍ଗତ ପୁପୁଲଡିହି ଗ୍ରାମର ଗାଧବା ସମାଜ ଓ ଗ୍ରାମର ପ୍ରମୁଖ ପୂଜାରୀ, ସେୟାନ, ସେୟାଣୀ, ସ୍ତ୍ରୀ, ପୁରୁଷ, ବାଳକ, ବାଳିକା ସମସ୍ତେ ଫୁଟବଲ ପଡ଼ିଆରେ ସମବେତ ହୋଇ ଡାକ ଯନ୍ତ୍ର ବଜାଇ ନାଚ ଗୀତ ମାଧ୍ୟମରେ ପୁଷ ପୁନି ପର୍ବଟି ପାଳନ କରିଛନ୍ତି। ପ୍ରଥମେ ସମବେତ ସ୍ଥଳରେ ଗବର ଦ୍ଵାରା ଲେପନ କରି ଧୂପ,ଦୀପ ଓ ନଡ଼ିଆ ଭାଙ୍ଗି ଗ୍ରାମର ମୁଖ୍ୟ ପୂଜାରୀ, ଦିଶାରୀ ଓ ସରୁ ପୂଜାରୀଙ୍କ ଦ୍ୱାରା ସେମାନଙ୍କର ପୂର୍ବ ପୁରଷଙ୍କ ଉଦ୍ଦେଶ୍ୟରେ ଭକ୍ତି, ନମନ ଓ ଶ୍ରଧ୍ୟା ଜଣାଇ ଗାଈ ଗରୁଙ୍କ ବିଭିନ୍ନ ପ୍ରକାରର ପିଠା, ଚୁଡା, ଲାଇ, ଗୁଡ଼ ଓ ଖୀଚଡି ଦିୟନ୍ତି। ଏହି ପୁଷ ପୁନି ପୁରୁଷ ପୁରୁଷ ଧରି ଗାଧବା ସମାଜର ସମସ୍ତ ପରିବାର ମାନେ ପାଳନ କରି ଆସୁଛନ୍ତି, ସେମାନଙ୍କର ବିଶ୍ୱାସ ଗାଈ ଓ ଗରୁ ହେଲେ ପ୍ରକ୍ରୁତ ଲକ୍ଷ୍ମୀ।

ଏହି ଗାଈ,ବଳଦ କୁ ଯନ୍ତ କଲେ ନିଜର ସବୁ ଜମି ଜମାରେ କାମ କରାଇବା ଓ ଗାଈ କ୍ଷୀର ପିଇ ସେମାନଙ୍କର ପୁଷ୍ଟି ହୀନତା ଦୁରେଇ ଯାଆନ୍ତି ବୋଲି କହିଛନ୍ତି। ପୁଷ ପୁନିରେ ସମସ୍ତେ ନୂଆ କପଡା ପରିଧାନ କରି ଜଣେ ଅନ୍ୟ ଜଣଙ୍କୁ ଜୁହାର ଭେଟ ଜଣାଇ ଯେପରି ସବୁ ଦିନ ପାଇଁ, ଏକେ ଅପରପ୍ରତି ଭାତୃଭାବ ରୁହେ ତାହାର ପ୍ରାର୍ଥନା ମଧ୍ୟ କରନ୍ତି।ଫୁଟବଲ ପଡିଆଟି ‘ଜୟ ଜୁହାର, ଜୟ ଗାଧବା ସମାଜ’ ଧ୍ୱନିରେ ପ୍ରକୋମ୍ପିତ ହୋଇ ନାଚ ଗୀତରେ ମହା ଆଡମ୍ବରରେ ଝୁମି ଯାଇଥିଲେ। ଏଥିରେ ଗ୍ରାମର ଦିଶାରୀ ସୁନାଧର ପାକୁଳ, ପୂଜାରୀ ପବିତ୍ର ଗୁଗା, ସରୁ ପୂଜାରୀ ପିତାମ୍ବର ପାକୁଳ ସହ ଶ୍ରୀଧର ପାକୁଳ, ଭୀମସେନ ଗୁଗା, ସୋମନାଥ ପାଙ୍ଗି, ମାଧବ ଖିଲୋ , ରାଜୀବ ପାଙ୍ଗି, ଭଗବାନ ଗୁଗା, ଚୈତନ ଖିଲୋ,ହରିବନ୍ଧୁ ପାମ୍ବିଆ, ଖଗେଶ୍ୱର ଗୁଗା, ଧନୁର୍ଜୟ ମୁର୍ଦୁଜା,ଗ୍ରାମର ଭକ୍ତି ମତି ମା ଡାଳିମା ପାକମ, ଅଞ୍ଜଳି ପାଙ୍ଗି, ସବିତା ଖିଲୋ ଓ ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ଉପସ୍ଥିତିରେ ପୁପୁଲଡ଼ିହି ଗ୍ରାମର ପୁଷ ପୁନି ପର୍ବଟି ହର୍ଷଉଲ୍ଲାସର ସହିତ ଖୁସିରେ ପାଳନ କଲେ ପ୍ରମୁଖ ଗ୍ରାମବାସୀ ବୃନ୍ଦ।

ad-week
Leave A Reply

Your email address will not be published.