ବରିଷ୍ଠ କଳାକାର ସଂଘର ଶୋକ ସଭା

add-all

ବ୍ରହ୍ମପୁର : କଳା ଓ କଳାକାର ହିତୈଷୀ ମହାମଞ୍ଚ “ଗଞ୍ଜାମ ଜିଲ୍ଲା ବରିଷ୍ଠ କଳାକାର ସଂଘ” ତରଫରୁ ସଙ୍ଘ ସଦସ୍ୟ ଶିବାରମ ଶବତାଙ୍କ ଧର୍ମପତ୍ନୀ ଶ୍ରୀମତୀ ଶାରଳା ଦେବୀଙ୍କ ଦ୍ୱାଦଶାହ ଅବସରରେ ଏକ ଶୋକ ସଭା ସ୍ଥାନୀୟ ବାଲାଜୀପେଣ୍ଠ ସାହି ସ୍ଥିତ ମନମୋହନ ପ୍ରେସ ପରିସରରେ ସଂଘ ମହାସଚିବ ସୁବାସ ଚନ୍ଦ୍ର ସାହୁ ରୋଶନ୍ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଯାଇଛି। ସ୍ବର୍ଗତ ଆତ୍ମାର ସଦ୍ଗତି କାମନା ପୂର୍ବକ ଦୁଇ ମିନିଟ ନୀରବ ପ୍ରାର୍ଥନା ସହ ନାମ ସଂକୀର୍ତ୍ତନ କରାଯାଇଥିଲା। ଏଥିରେ ସର୍ବଶ୍ରୀ ଶିବରାମ ସାବତ, ବଳଦେବ ସାହୁ, ସନିଆ ବେହେରା, ପ୍ରଦୀପ କୁମାର ସାହୁ, ମହେନ୍ଦ୍ର କୁମାର ସାହୁ, କିଶୋର ଚନ୍ଦ୍ର ସାହୁ, କିଶୋର ଚନ୍ଦ୍ର ପାତ୍ର, ଭଗବାନ ବେନ୍ଦାଳିଆ, ଦିବାକର ସାମଲ, ଲଷ୍ମୀ ନାରାୟଣ ସାମଲ, ଉର୍ମିଳା ଗୌଡ଼, ଶିଶିର ସାହାଣୀ, ନବୀନ ଚୌଧୁରୀ, ନୀଳ ମାଧବ ଜେନା, ଭଗବାନ ସାବତ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନା କ୍ଷେତ୍ରରେ ତୋଫା ସାଗର ସାବତ ଓ ସ୍ନେହ ସାଗର ସାବତ ସହଯୋଗ କରିଥିଲେ।

ad-week
Leave A Reply

Your email address will not be published.