ଯୋଡ଼ି ହେବ କଶ୍ମୀରରୁ ଲଦାଖ, ଉଦ୍‌ଘାଟିତ ହେଲା Z ମୋଡ୍‌ ଟନେଲ୍‌

add-all

ଉଦ୍‌ଘାଟିତ ହେଲା ବହୁ ପ୍ରତିକ୍ଷିତ ସୋନମାର୍ଗ ଟନେଲ ବା Z ମୋଡ୍‌ ଟନେଲ୍‌। ଏହି ଟନେଲ ଦ୍ୱାରା ଉପକୃତ ହେବେ ଲଦାଖବାସୀ। ଆଉ ଯାତାୟତରେ ହେବନି କୌଣସି ଅସୁବିଧା। ଲଦାଖକୁ ସବୁ ଋତୁରେ ଯିବା ଆସିବା କରିପାରିବେ ଲୋକେ।

ଏହି ଟନେଲ୍‌ ଦ୍ୱାରା ବିଶେଷ କରି ଭାରତୀୟ ସେନା ଉପକୃତ ହେବେ। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜମ୍ମୁକଶ୍ମୀରରେ ଜେଡ୍ ମୋଡ୍ ବା ସୋନମାର୍ଗ ଟନେଲର ଉଦ୍‌ଘାଟନ କରିଛନ୍ତି। ୨୭ଶହ କୋଟି ଟଙ୍କା ବ୍ୟୟରେ ନିର୍ମିତ ସାଢେ ୬ କିଲୋମିଟର ଲମ୍ବ ଟନେଲର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ। ଜେଡ୍ ମୋଡ୍ ଟନେଲ ଗଗନଗିରିରୁ ସୋନମାର୍ଗ ପର୍ଯ୍ୟନ୍ତ ରହିଛି। ଏହା ସମୁଦ୍ର ପତ୍ତନରୁ ୮ ହଜାର ୬୫୦ ଫୁଟ୍ ଉଚ୍ଚରେ ରହିଛି।

ଲଦାଖକୁ ଯିବା ପାଇଁ ପାହାଡିଆ ଅଞ୍ଚଳ ଦେଇ ବୁଲିବୁଲି ଯିବାକୁ ଆଉ ଅଧିକ ସମୟ ଲାଗିବନି। ବର୍ଷ ତମାମ ବରଫ ଭିତରେ ଫସୁଥିଲେ ପର୍ଯ୍ୟଟକ। ଟନେଲ୍ ହେବା ଦ୍ୱାରା ଚଳାଚଳ ସୁଗମ ହେବ। ଏଥିସହ ପର୍ଯ୍ୟଟନ ଓ ବ୍ୟବସାୟକୁ ମଧ୍ୟ ଦ୍ରୁତ ଗତିରେ ବଢ଼ାଇବାକୁ ଏହି ଟନେଲ ସହାୟକ ହେବ। ହୋଟେଲ, ପରିବହନ, ରେଷ୍ଟୁରାଣ୍ଟ ସହିତ ସ୍ଥାନୀୟ ବ୍ୟବସାୟ ପାଇଁ ସୁଯୋଗ ସୃଷ୍ଟି କରିବ।

ad-week
Leave A Reply

Your email address will not be published.