କୁମ୍ଭମେଳାରେ ଷ୍ଟିଭ୍‌ ଜବସ୍‌ଙ୍କ ପତ୍ନୀ ଲରେନ୍‌ ପାଓ୍ୱେଲ ଓରଫ କମଳା

add-all

ଗଳାରେ ରୁଦ୍ରାକ୍ଷ ମାଳା। ଦେହରେ ଗେରୁଆ ବସ୍ତ୍ର। ଭକ୍ତି ରଙ୍ଗରେ ରଙ୍ଗେଇ ହେଲେ ଆପଲ୍‌ର ସହ ପ୍ରତିଷ୍ଠାତା ଦିବଙ୍ଗତ ଷ୍ଟିଭ୍‌ ଜବସ୍‌ଙ୍କ ପତ୍ନୀ ଲରେନ୍‌ ପାଓ୍ୱେଲ ଓରଫ କମଳା। ସେ ମହାକୁମ୍ଭା ମେଳାରେ ବୁଡ଼ ପକାଇବେ। ଏଥିପାଇଁ ପ୍ରୟାଗରାଜରେ ସେ ଶନିବାରଠୁ ଡେରା ପକାଇଛନ୍ତି।

ଗଙ୍ଗା, ଯମୁନା ଏବଂ ସରସ୍ୱତୀ ନଦୀର ସଙ୍ଗମସ୍ଥଳ ତ୍ରିବେଣୀ ସଙ୍ଗମରେ ବୁଡ଼ ପକାଇବେ ଲରେନ୍‌ ପାଓ୍ୱେଲ। ଏଥିପାଇଁ ଲରେନ୍‌ ଶନିବାର ରାତିରେ ଏକ ୪୦ ଜଣିଆ ଦଳ ସହିତ ଆମେରିକାରୁ ଆସିଛନ୍ତି। ଏମାନେ ସମସ୍ତେ କୁମ୍ଭମେଳାରେ ଅତିଥିଙ୍କ ପାଇଁ ତିଆରି ହୋଇଥିବା ଆଧ୍ୟାତ୍ମିକ ଶିବିରରେ ଅଛନ୍ତି।

ଲରେନ୍‌ ପାଓ୍ୱେଲଙ୍କ ସହ ତାଙ୍କ ସହ ଆସିଥିବା ଆମେରିକାର ଅନ୍ୟ ଲୋକମାନେ ମଧ୍ୟ ମାହାକୁମ୍ଭରେ ପୂଜା କରିଛନ୍ତି। ଆଉ ହର ହର ମହାଦେବର ନାରା ଦେଇଥିବା ଦେଖିବାକୁ ମିଳିଛି।

କହିରଖୁ ଯେ, ନୀରଞ୍ଜନ ଆଖଡାର ଆଚାର୍ଯ୍ୟ କୈଳାଶନନ୍ଦ ଗିରି ମହାରାଜ ଲରେନ୍‌ ପାଓ୍ୱେଲଙ୍କୁ ଆଧ୍ୟାତ୍ମିକ ନିବିଡ଼ତାର ପ୍ରତୀକ ଭାବେ କମଳା ନାମ ଦେଇଥିଲେ। ସେ ପ୍ରୟାଗରାଜ ଆସିବା ପୂର୍ବରୁ ବାରଣାସୀ ଯାଇଥିଲେ। ସେଠାରେ ସେ କାଶୀବିଶ୍ୱନାଥ ମନ୍ଦିର ଯାଇ ଦର୍ଶନ କରିଥିଲେ। ତାଙ୍କ ସହ କୈଳାଶନନ୍ଦ ଗିରି ମହାରାଜ ମଧ୍ୟ ମନ୍ଦିର ଯାଇଥିଲେ।

ଜାନୁଆରି ୨୦ ତାରିଖରେ ସେ ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବା ପାଇଁ ୧୫ ପର୍ଯ୍ୟନ୍ତ ଏଠାରେ ରହି ତା’ପରେ ଆମେରିକା ଚାଲିଯିବେ।

ad-week
Leave A Reply

Your email address will not be published.