ଗଞ୍ଜାମ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ମିଳିତ ଜନଅଭିଯୋଗ ଶୁଣାଣୀ

add-all

ଚିକିଟୀ : ଏହି ବ୍ଲକ ସମ୍ମୀଳନୀ କକ୍ଷରେ ଆଜି ଗଞ୍ଜାମ ଜିଲ୍ଲାପାଳ ଓ ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକଙ୍କ ମିଳିତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମରେ ଗଞ୍ଜାମ ଅତିରିକ୍ତ ଜିଲ୍ଲାପାଳ ସୁଧାଂଶୁ ଶେଖର ଭୋଇ, ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ଡ଼ା. ଶ୍ରବଣ ବିବେକ ଏମ , ବ୍ରହ୍ମପୁର ଉପ ଜିଲ୍ଲାପାଳ ଦିନା ଦସ୍ତାଗିର୍, ସହକାରୀ ଜିଲ୍ଲାପାଳ ସୁର୍ଯ୍ୟ ଶଙ୍କର ଦାସ ଓ ଅଭିଷେକ ସାହୁ ଉପସ୍ଥିତ ରହି ସ୍ଥାନୀୟ ଜନ ସାଧାରଣଙ୍କର ବିଭିନ୍ନ ଅଭିଯୋଗ ଶୁଣାଣୀ କରିଥିବା ଦେଖିବାକୁ ମିଳିଛି।ଉକ୍ତ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମରେ ସର୍ବମୋଟ ୬୭ ଅଭିଯୋଗ ହୋଇଥିବା ବେଳେ ୬୨ ଗୋଟି ବ୍ୟକ୍ତିଗତ ଅଭିଯୋଗ ଓ ୫ ଗୋଟି ସାମୁହିକ ଅଭିଯୋଗ ଥିବା ଜଣାପଡିଛି। ଏଥିରେ ସାମାଜିକ କଲ୍ୟାଣ ଭତ୍ତl ଯଥା ବିଧବା, ବିକଳାଙ୍ଗ ଆଦିର ୧୩ ଜଣ, ସୁଭଦ୍ରା ଯୋଜନାର ୩ ଜଣ, ରାସନ କାର୍ଡ ପାଇଁ ୨୦ ଜଣ, ଗ୍ରାମୀଣ ଗୃହ ନିର୍ମାଣ ସକାଶେ ୮ ଜଣ, କୃଷି ସମ୍ବନ୍ଧୀୟ ୮ ଜଣ ସହ ଅନ୍ୟାନ୍ୟ ୧୫ ଟୀ ଅଭିଯୋଗ ଆସିଥିଲା। ଏହି ଅଭିଯୋଗ ଗୁଡିକ ଅଭିଯୋଗ ସମନ୍ଧୀୟ ଅଧିକାରୀ ମାନଙ୍କ ପାଖକୁ ପଠାଇ ଦିଆ ଯାଇଥିବା ବେଳେ ଶୁଣାଣୀ କାର୍ଯ୍ୟକ୍ରମରେ ହିଁ ୫ ଜଣ ହିତାଧିକାରୀଙ୍କ ଅଭିଯୋଗର ତ୍ୱରିତ ସମାଧାନ କରାଯାଇ ସେମାନଙ୍କୁ ଭତ୍ତା ପ୍ରଦାନ କରାଯାଇଥିଲା।

କିଛି ଦିବ୍ୟାଙ୍ଗ ହିତାଧିକାରୀଙ୍କୁ ଜିଲ୍ଲା ଓ ବ୍ଲକ ପ୍ରସାଶନ ଅଧିକାରୀଙ୍କ ଗହଣରେ ଟ୍ରାଇ ସାଇକେଲ ବଣ୍ଟନ କରାଯାଇଥିଲା। ଶିବିରରେ ଶିକ୍ଷା, କୃଷି, ଯୋଗାଣ, ଦେବୋତ୍ତର,ରାଜସ୍ୱ, ଅବକାରୀ ଓ ଆଇନ ଆଦ ବିଭିନ୍ନ ବିଭାଗର ଅଭିଯୋଗ ପହଞ୍ଚିଥିଲା। ଜିଲ୍ଲା ପ୍ରଶାସନର ବହୁ ଅଧିକାରୀ ଅନୁପସ୍ଥିତ ଥିବା ଦେଖିବାକୁ ମିଳିଥିବା ବେଳେ ଉକ୍ତ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଶିକ୍ଷା ଅଧିକାରୀ ଅମ୍ରିତା ପଟ୍ଟନାୟକ, ଜିଲ୍ଲା ଯୋଗାଣ ଅଧିକାରୀ, ଏସଡିପିଓ ବିଶ୍ଵାମିତ୍ର ହରପାଲ,କେ. ନୂଆଗାଁ ଥାନା ଅଧିକାରୀ କିଶୋର କୁମାର ସାମଲ, ଚିକିଟୀ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଲକ୍ଷ୍ମଣ ଚରଣ ସୋରେନ, ତହସିଲଦାର ବିଶ୍ଵ ରଞ୍ଜନ କହଁର, ଗୋଷ୍ଠୀ ଶିକ୍ଷା ଅଧିକାରୀ ବସନ୍ତ କୁମାର ପଣ୍ଡା, ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟ ନିର୍ବାହ ଅଧିକାରୀ କୁଲଦୀପ କୁମାର ଓ ଦିଗପହଣ୍ଡି ବନାଞ୍ଚଳ ଅଧିକାରୀ ଦିବ୍ୟ ରଞ୍ଜନ ସାହୁ ପ୍ରମୁଖ ଉପସ୍ଥିତ ଥିବା ବେଳେ ବ୍ଲକର ସମସ୍ତ ବିଭାଗୀୟ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ।

ad-week
Leave A Reply

Your email address will not be published.