ତାହିର ହୁସେନଙ୍କ ଜାମିନ ଆବେଦନକୁ ଦିଲ୍ଲୀ ପୋଲିସର ବିରୋଧ, କହିଲା- ନିର୍ବାଚନ ଲଢିବା ନୁହେଁ ମୌଳିକ ଅଧିକାର

ନୂଆଦିଲ୍ଲୀ ୧୫।୧: ଦିଲ୍ଲୀ ପୋଲିସ ଫେବୃଆରୀ ୨୦୨୦ ଦଙ୍ଗା ସମ୍ପର୍କିତ ଏକ ହତ୍ୟା ମାମଲାରେ ଅଭିଯୁକ୍ତ ତଥା ପୂର୍ବତନ ଆମ ଆଦମୀ ପାର୍ଟି (ଆପ) ନେତା ତାହିର ହୁସେନଙ୍କ ଜାମିନ ଆବେଦନକୁ କୋର୍ଟରେ ବିରୋଧ କରିଛି। ତାହିର ହୁସେନ ଏଆଇଏମଆଇଏମ ଟିକେଟରେ ଦିଲ୍ଲୀ ବିଧାନସଭା ନିର୍ବାଚନ ଲଢିବା ପାଇଁ କୋର୍ଟଙ୍କୁ ଅନ୍ତରୀଣ ଜାମିନ ନିମନ୍ତେ ଆବେଦନ କରିଥିଲେ। ତେବେ ପୋଲିସ ‘ନିର୍ବାଚନ ଲଢିବା ମୌଳିକ ଅଧିକାର ତ ନୁହେଁ, ହେଲେ କଷ୍ଟଡି ପାରୋଲର   ଔପଚାରିକତା ପୂରଣ କରି ନିର୍ବାଚନ ଲଢି ପାରିବେ’ ବୋଲି କହିଛି। 

ଦିଲ୍ଲୀ ପୋଲିସ ଅନୁସାରେ ହୁସେନ ଫେବୃଆରୀ ୨୦୨୦ ଦିଲ୍ଲୀ ଦଙ୍ଗାର ‘ମୁଖ୍ୟ ଷଡ଼ଯନ୍ତ୍ରକାରୀ’ ଓ ‘ପାଣ୍ଠି ଯୋଗାଣକାରୀ’ ଅଟନ୍ତି। ଯଦିଓ ନିର୍ବାଚନ ଲଢିବା ମୌଳିକ ଅଧିକାର ନୁହେଁ ତେବେ ଜଷ୍ଟିସ୍ ନିନା ବଂସଲ କୃଷ୍ଣା ସମ୍ବଦ୍ଧିତ ପକ୍ଷଙ୍କ ତର୍କ ଶୁଣିଥିଲେ। ଅସଦୁଦ୍ଦିନ ଓବେସୀଙ୍କ ପାର୍ଟି ଏଆଇଏମଆଇଏମ ଟିକେଟରେ ହୁସୈନ ମୁସ୍ତଫାବାଦ ସିଟରୁ ବିଧାନସଭା ନିର୍ବାଚନ ଲଢିବା ନିମନ୍ତେ ଜାନୁୟାରୀ ୧୪ ତାରିଖରୁ ଫେବୃଆରୀ ୯ ତାରିଖ ପର୍ଯ୍ୟନ୍ତ ଅନ୍ତରୀଣ ଜାମିନ ନିମନ୍ତେ ହାଇକୋର୍ଟକୁ ଯାଇଛନ୍ତି। 

ହୁସୈନଙ୍କ ଓକିଲ କହିଛନ୍ତି ଯେ ନିର୍ବାଚନ ଲଢିବା ଏକ ଜଟିଳ ପ୍ରକ୍ରିୟା, ଏଥିପାଇଁ ତାଙ୍କ ମହକିଲଙ୍କୁ ନା କେବଳ ଜାନୁୟାରୀ ୧୭ ତାରିଖ ସୁଦ୍ଧା ପ୍ରାର୍ଥୀପତ୍ର ଦାଖଲ କରିବାକୁ ପଡିବ ଏହି ସମୟରେ ତାଙ୍କୁ ବ୍ୟାଙ୍କରେ ଆକାଉଣ୍ଟ ବି ଖୋଲିବାକୁ ପଡିବ ଓ ନିର୍ବାଚନ ପ୍ରଚାର ବି କରିବେ। ଏଣୁ ତାଙ୍କୁ ଅନ୍ତରୀଣ ପାରୋଲ ଦିଆଯାଉ। ଓକିଲ କୋର୍ଟରେ କହିଥିଲେ ଯେ ହୁସୈନଙ୍କ ବିରୋଧରେ ଦଙ୍ଗା ସମ୍ପର୍କିତ ୧୧ଟି ମାମଲାରୁ ତାଙ୍କୁ ୮ଟିରେ ଜାମିନ ମିଳିଯାଇଛି। ଅନ୍ୟ ୨ ମାମଲାରେ ଅନ୍ତରୀଣ ଆଶ୍ୱସ୍ତି ନିମନ୍ତେ ତାଙ୍କ ଆବେଦନ କୋର୍ଟରେ ବିଚାରାଧୀନ ରହିଛି। 

ad-week
Leave A Reply

Your email address will not be published.