ପୂଜା ଖେଡକରଙ୍କ ଗିରଫଦାରୀ ଉପରେ ରୋକ୍‌, ସୁପ୍ରିମକୋର୍ଟରୁ ମିଳିଲା ବଡ଼ ଆଶ୍ୱସ୍ତି

add-all

ନୂଆଦିଲ୍ଲୀ: ମହାରାଷ୍ଟ୍ରର ବହୁଚର୍ଚ୍ଚିତ ପୂର୍ବତନ ଟ୍ରେନି  ଆଇଏଏସ୍ ଅଧିକାରୀ ପୂଜା ଖେଡକରଙ୍କୁ ବଡ଼ ଆଶ୍ୱସ୍ତି। ପୂଜା ଖେଡକରଙ୍କ ଗିରଫଦାରୀ ଉପରେ ସୁପ୍ରିମକୋର୍ଟ ସ୍ଥଗିତ ରଖିଛନ୍ତି। ହାଇକୋର୍ଟରୁ ଜାମିନ ନ ପାଇବା ପରେ ପୂଜା ଏହାକୁ ଚାଲେଞ୍ଜ କରି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଗତବର୍ଷ UPSC ଦ୍ୱାରା ପୂଜା ଖେଡକରଙ୍କ ପ୍ରାର୍ଥୀପତ୍ର ବାତିଲ କରାଯାଇଥିଲା। ଅନ୍ୟ ପଛୁଆ ବର୍ଗ (ଓବିସି) ଏବଂ ଦିବ୍ୟାଙ୍ଗ କୋଟାର ଫେକ୍‌ ତଥ୍ୟ ଦେଇ ଖେଡକର ସିଭିଲ ସର୍ଭିସ ପରୀକ୍ଷା ହାସଲ କରିଥିବା ଅଭିଯୋଗ ହୋଇଛି।

ପୂଜା ଖେଡକରଙ୍କ ଜାମିନ ଆବେଦନ ଶୁଣାଣି ବେଳେ ଜଷ୍ଟିସ ଭି ନାଗରଥନା ଏବଂ ଜଷ୍ଟିସ ସତୀଶ ଚନ୍ଦ୍ର ଶର୍ମାଙ୍କ ଏକ ବେଞ୍ଚ ଦିଲ୍ଲୀ ସରକାର ଏବଂ ୟୁପିଏସସିକୁ ନୋଟିସ ଜାରି କରିଛି। ମାମଲାର ପରବର୍ତ୍ତୀ ଶୁଣାଣି ଫେବୃଆରୀ ୧୪ ପାଇଁ ସ୍ଥିର କରାଯାଇଛି। 

୨୦୨୨ UPSC ସିଭିଲ ସର୍ଭିସେସ୍ ପରୀକ୍ଷାରେ ଆବେଦନ କରିବାବେଳେ ପୂଜା ଖେଡକର ଭୁଲ ତଥ୍ୟ ଦେଇଥିବା ଅଭିଯୋଗ ହୋଇଛି, ଯେଉଁଥିପାଇଁ ସେ ସଂରକ୍ଷଣର ଲାଭ ପାଇଥିଲେ। ତେବେ ଖେଡକର ତାଙ୍କ ବିରୋଧରେ ଆସିଥିବା ସମସ୍ତ ଅଭିଯୋଗକୁ ଅସ୍ୱୀକାର କରିଛନ୍ତି ଏବଂ ତାଙ୍କ ବିରୋଧରେ ଆସିଥିବା ଅଭିଯୋଗ ଭିତ୍ତିହୀନ ବୋଲି କହିଛନ୍ତି।

ad-week
Leave A Reply

Your email address will not be published.