ବିଜେପି, ଆରଏସଏସ ଓ ଭାରତ ବିରୋଧରେ କଂଗ୍ରେସ ଲଢ଼େଇ କରୁଛି: ରାହୁଲ ଗାନ୍ଧୀ

add-all

ନୂଆଦିଲ୍ଲୀ : କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ମନ୍ତବ୍ୟକୁ ନେଇ ପୁଣି ଥରେ ବିବାଦ ଆରମ୍ଭ ହୋଇଛି। ଦଳୀୟ କର୍ମୀଙ୍କୁ ଉଦବୋଧନ ଦେଉ ଦେଉ ଦେଶ ବିରୋଧୀ ମନ୍ତବ୍ୟ ଦେଇ ବିବାଦ ଭିତରକୁ ଠେଲି ହୋଇଯାଇଛନ୍ତି ରାହୁଲ। ଯାହାକୁ ନେଇ ବିଜେପି ରାହୁଲଙ୍କୁ ଘେରିଛି। କଂଗ୍ରେସ କେବଳ ବିଜେପି, ଆରଏସଏସ ବିରୋଧରେ ଲଢ଼ୁନାହିଁ। ଆମେ ବିଜେପି, ଆରଏସଏସ ସହିତ ଭାରତ ବିରୋଧରେ ଲଢ଼େଇ କରୁଛୁ ବୋଲି ରାହୁଲ କହିଛନ୍ତି। ଯାହାକୁ ନେଇ ଏବେ ରାଜନୈତିକ ଝଡ଼ ଆରମ୍ଭ ହୋଇଛି।
ବୁଧବାର ନୂଆଦିଲ୍ଲୀର କୋଟଲା ରୋଡ୍‌ରେ କଂଗ୍ରେସର ନୂଆ ମୁଖ୍ୟାଳୟ ଉଦଘାଟନୀ କାର୍ଯ୍ୟକ୍ରମରେ ରାହୁଲ ଯୋଗଦେଇ ଉଦବୋଧନ ଦେଇଥି​‌ଲେ। ଏହି ଅବସରରେ ସେ କହିଥିଲେ, ଭାବନ୍ତୁନି ଯେ ଆମେ ଏକ ନ୍ୟାୟସଙ୍ଗତ ଲଢ଼େଇ ବିରୋଧରେ ଲଢ଼େଇ କରୁଛେ। ଏ ଲଢ଼େଇରେ କୌଣସି ନ୍ୟାୟସଙ୍ଗତ କଥା ନାହିଁ। ଯଦି ଆପଣମାନେ ଭାବୁଛନ୍ତି ଯେ ଆମେ ବିଜେପି ଏବଂ ଆରଏସଏସ ଭଳି ରାଜନୈତିକ ସଂଗଠନ ବିରୋଧରେ ଲଢ଼େଇ କରୁଛେ, ତେବେ ଦେଶରେ କ’ଣ ଚାଲିଛି ତାହା ଆପଣମାନେ କିଛି ବୁଝିନାହାନ୍ତି। ବିଜେପି ଏବଂ ଆରଏସଏସ ଦେଶର ସମସ୍ତ ଅନୁଷ୍ଠାନକୁ ଗୋଟି ଗୋଟି କରି କବ୍‌ଜା କରିସାରିଛନ୍ତି। ଆମେ ବର୍ତ୍ତମାନ ବିଜେପି, ଆରଏସଏସ ଏବଂ ଭାରତ ସହିତ ଲଢ଼େଇ କରୁଛେ ବୋଲି ରାହୁଲ କହିଥିଲେ। ରାହୁଲଙ୍କ ଏପରି ମନ୍ତବ୍ୟ ଦୁର୍ଭାଗ୍ୟଜନକ ବୋଲି ବିଜେପି କହିଛି।

ad-week
Leave A Reply

Your email address will not be published.