ଜୋତା ବଣ୍ଟା ବିବାଦକୁ ନେଇ ପ୍ରବେଶ ବର୍ମାଙ୍କ ବିରୋଧରେ ଏଫଆଇଆର ପାଇଁ ନିର୍ଦ୍ଦେଶ, ଏସଏଚଓଙ୍କୁ ଚିଠି ଲେଖିଲେ ନିର୍ବାଚନ ଅଧିକାରୀ

add-all

ନୂଆଦିଲ୍ଲୀ: ବିଜେପି ନେତା ତଥା ନୂଆଦିଲ୍ଲୀ ସିଟ୍‌ରୁ ପ୍ରାର୍ଥୀ ହୋଇଥିବା ପ୍ରବେଶ ବର୍ମାଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ। ନିର୍ବାଚନ ଅଧିକାରୀ ଏସଏଚଓଙ୍କୁ ଚିଠି ଲେଖି ବର୍ମାଙ୍କ ବିରୋଧରେ ନିର୍ବାଚନ ଆଚରଣ ବିଧି ଉଲ୍ଲଘଂନ ମାମଲାରେ ଏଫଆଇଆର ରୁଜୁ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଚିଠିରେ ନିର୍ବାଚନ ଅଧିକାରୀ କହିଛନ୍ତି ପ୍ରବେଶ ବର୍ମାଙ୍କ ବିରୋଧରେ ଅଭିଯୋଗ ହୋଇଛି ଯେ, ସେ ବୁଧବାର ସକାଳେ ଭୋଟରଙ୍କୁ ଜୋତା ବାଣ୍ଟୁଥିଲେ। ଏମିତିରେ ଆପଣ ଏହି ମାମଲାର ଯାଞ୍ଚ କରି ଉଚିତ୍ କାର୍ଯ୍ୟାନୁଷ୍ଠାନ କରନ୍ତୁ ଏବଂ ରିପୋର୍ଟ ପ୍ରସ୍ତୁତ କରନ୍ତୁ।

ଅଭିଯୋଗ ହୋଇଛି ପ୍ରବେଶ ବର୍ମା ବୁଧବାର ନାମାଙ୍କନ ଭରିବା ପୂର୍ବରୁ ମହିଳାଙ୍କୁ ଜୋତା ବାଣ୍ଟିଥିଲେ । ଏହା ପରେ ଏହି ମାମଲାକୁ ନେଇ ଆମ ଆଦମୀ ପାର୍ଟୀ ତାଙ୍କୁ ଟାର୍ଗେଟ କରିଥିଲା ଆଉ ନିର୍ବାଚନ ଆୟୋଗଙ୍କୁ ପ୍ରବେଶଙ୍କ ବିରୋଧରେ ଆକ୍ସନ ନେବାକୁ ଅପିଲ କରିଥିଲା। ଏହା ପୂର୍ବରୁ ମଧ୍ୟ ପ୍ରବେଶ ବର୍ମାଙ୍କ ଉପରେ ଟଙ୍କା, ଚାଦର, ଚଷମା ବାଣ୍ଟିବା ଏବଂ ରୋଜଗାର ମେଳା ଆୟୋଜନ କରିବାର ଅଭିଯୋଗ ଆଣିଥିଲା ଆପ୍। 

ତେବେ ନିର୍ବାଚନ ଅଧିକାରୀ ଏସଏଚଓଙ୍କୁ ଏଫଆଇଆର ରୁଜୁ କରିବାକୁ ଅନୁରୋଧ କରିବା ସହ ଚିଠିରେ କହିଛନ୍ତି, ଆଡଭୋକେଟ ଡା. ରଜନୀଶ ଭାସ୍କରଙ୍କ ହ୍ବାଟ୍ସଆପ୍‌ରେ ଅଭିଯୋଗ ଆଣିଛନ୍ତି। ଭାସ୍କର କହିଛନ୍ତି ବିଜେପି ପ୍ରାର୍ଥୀ ପ୍ରବେଶ ବର୍ମା ନୂଆଦିଲ୍ଲୀ ବିଧାନସଭା ଅଞ୍ଚଳରେ ଭୋଟରଙ୍କୁ ଟେମ୍ପୁଲ ରୋଡ୍ ପୋଲିସ ଷ୍ଟେସନ ନିକଟରେ ଥିବା ବାଲ୍ମିକୀ ମନ୍ଦିରର ଧାର୍ମିକ ପରିସରରେ ଜୋତା ବାଣ୍ଟୁଛନ୍ତି। ସେ ଆହୁରି ଲେଖିଛନ୍ତି ଅଭିଯୋଗକାରୀ ଦୁଇଟି ଭିଡିଓ ମଧ୍ୟ ପଠାଇଛନ୍ତି। ଯେଉଁଥିରେ ପ୍ରବେଶ ବର୍ମା ମହିଳା ଜୋତା ବାଣ୍ଟୁଥିବାରୁ ଦେଖାଯାଉଛି।ଯାହା ଆଦର୍ଶ ଆଚରଣ ବିଧିର ଉଲ୍ଲଘଂନ ତେଣୁ ଉଚିତ କାର୍ଯ୍ୟାନୁଷ୍ଠାନ କରାଯାଉ ଏବଂ ଯଥାଶୀଘ୍ର କାର୍ଯ୍ୟାନୁଷ୍ଠାନ କରାଯାଉ।

ଏହା ପୂର୍ବରୁ ସାଂସଦ ପ୍ରବେଶ ବର୍ମା ନୂଆଦିଲ୍ଲୀ ନିର୍ବାଚନ କ୍ଷେତ୍ରରୁ ନାମାଙ୍କନ ପତ୍ର ଦାଖଲ କରିବା ପୂର୍ବରୁ ନିଜ ପତ୍ନୀଙ୍କ ସହ ଚାନ୍ଦିନୀ ଚୌକ ସ୍ଥିତ ଗୌରୀ ଶଙ୍କର ମନ୍ଦିରରେ ପୂଜା-ଅର୍ଚ୍ଚନା କରିଥିଲେ। ଏହା ପରେ ସେ ଭିଣ୍ଡସର ପ୍ଲେସ ଠାରେ ଥିବା ନିଜ ବାସଭବନରୁ ଜାମନଗର ହାଉସ ପର୍ଯ୍ୟନ୍ତ ରାଲି କରିଥିଲେ।

ad-week
Leave A Reply

Your email address will not be published.