ପୁର୍ବତନ ସରପଞ୍ଚ ସିଙ୍ଗୁରୁ ତାଡିଙ୍ଗିଙ୍କ ହତ୍ୟା ଘଟଣାର ପର୍ଦ୍ଦାଫାଶ କଲା ପୋଲିସ୍

add-all

ଲକ୍ଷ୍ମୀପୁର : କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ଏସଡିପିଓ ଅଧିନସ୍ଥ ନାରାୟଣପାଟଣା ଥାନା ଅନ୍ତର୍ଗତ ତଳଗୁମାଣ୍ଡି ଗାଁ ର ପୁର୍ବତନ ସରପଞ୍ଚ ସୀଙ୍ଗୁରୁ ତାଡ଼ିଙ୍ଗି (୩୨)ନିର୍ମମ ଭାବେ ହତ୍ୟା କରି ଏକ ଗାତ ରେ ପୋତି ଦେଇ ଥିଲେ । ଏହି ଘଟଣା କୁ ନେଇ ଏକ ଲିଖିତ ଅଭିଯୋଗ ୨୦୨୪ ମସିହା ମାର୍ଚ୍ଚ ମାସ ୧୪ ତାରିଖ ରେ କରି ଥିଲେ । ଏହା କୁ ଆଧାର କରି ନାରାୟଣପାଟଣା ପୋଲିସ ତଦନ୍ତ ଆରମ୍ଭ କରି ଦୀର୍ଘ ୧୧ ମାସ ପରେ ଆତ୍ୟକରୀଙ୍କୁ ଠାବ କରିବାରେ ସଫଳ ହୋଇଛି ।
ସୂଚନା ଯୋଗ୍ୟ ଯେ ତଳ ଗୁମାଣ୍ଡି ପଞ୍ଚାୟତର ପୂର୍ବତନ ସରପଞ୍ଚ ସିଙ୍ଗୁରୁ ତାଡିଙ୍ଗି (୩୨)ଙ୍କ ମର ଶରୀର କୁ ଗାଁ ଠାରୁ ପ୍ରାୟ ତିନି କିଲୋମିଟର ଦୁର ଏକ ପାହାଡ଼ ତଳେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଏକ ଗାତ ଭିତରୁ ଉଦ୍ଧାର କରିଥିଲା ପୋଲିସ I ସମ୍ପର୍କୀୟ କହିବା ଅନୁଯାୟୀ
ମାର୍ଚ୍ଚ ୧୪ତାରିଖ ରେ ସିଙ୍ଗୁରୁ ହଳ ଧରି ନିଜ ଜମିକୁ ଯାଇ ଥିଲେ ଏବଂ ସେ ଘରକୁ ଆଉ ଫେରି ନ ଥିଲେ ଦିନ ତମାମ ପରିବାର ଲୋକେ ଖୋଜିକି ପାଇ ନ ଥିଲେ I ଜମି ଠାରୁ କିଛିଦୁର ରେ ଏକ ଗାତରେ ସିଙ୍ଗୁରୁର ଗଡ ଦୁଇଟି ଗାତ ବାହାରେ ଦେଖା ଯାଉ ଥିଲା ଏବଂ ଏହା ଦେଖି ପରିବାର ଓ ଗାଁ ଲୋକେ ଗାତ ଭିତରୁ ମୃତ ଦେହ ଖୋଲି ବାହାର କରି ଥିଲେ । ପୋଲିସ୍ ଓ ସାଇନ୍ଟିଫିକ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ପରୀକ୍ଷା ପାଇଁ ପଠା ଯାଇ ଥିଲା । ଦୀର୍ଘ ୧୧ ମାସ ପରେ ସୀଙ୍ଗୁରୁ କୁ ହତ୍ୟା କରି ଥିବା ନିଜ ସମ୍ପର୍କୀୟ ଯଥା ତାଡ଼ିଙ୍ଗି କେତୁ, ମାସୁରୁ ତାଡିଙ୍ଗି, କମିଟି ତାଡ଼ିଙ୍ଗି ମିଶି ହତ୍ୟା କରି ଥିବା ଉକ୍ତ ଗାଁ ର ଜଣେ ପ୍ରତ୍ୟେକ ଦର୍ଷି ମହିଳା ଏବେ ପ୍ରକାଶ କରି ଥିବା ପୋଲିସ୍ ସାମ୍ୱାଦିକ ସମ୍ମିଳନୀରେ ସୂଚନା ଦେଇ ଥିଲା। ସୀଙ୍ଗୁରୁ କୁ କିପରି ନିଜ ସମ୍ପର୍କୀୟ ତଥା ଦାଦା, ପୁତୁରା ମିଶି ହତ୍ୟା କରି ଥିଲେ ତାହା ପୋଲିସ ଆଗରେ ସ୍ୱୀକାର କରି ଥିବା ପୋଲିସ କହିଛି । ଏହାର ତଦନ୍ତ ଭାର ଆଇଆଇସି ପ୍ରମୋଦ କୁମାର ନାୟକ ନେଇ ଥିବା ବେଳେ ଏମାନଙ୍କୁ ଗିରଫ କରି ଗୁରୁବାର ସନ୍ଧ୍ୟାରେ କୋର୍ଟ ଚାଲାଣ କରାଯାଉଥିବା ନେଇ ଲକ୍ଷ୍ମୀପୁର ଏସଡିପିଓ ମୋନବ୍ରତା ଶତପଥୀ ଲଷ୍ମୀପୂର ଠାରେ ଏକ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି ।

ad-week
Leave A Reply

Your email address will not be published.