ଚୋରାବାଲି ଚାଲାଣ ବେଳେ ଗାଡ଼ିକୁ ଜବତ କଲା କିଏ…?

add-all

ବାବୁ ମାନେ କାହା ନିର୍ଦ୍ଦେଶ କୁ ଅପେକ୍ଷା କରିଛନ୍ତି….!

ରାସ୍ତା କଡରେ ଛିଡା ହୋଇଛି ଚୋରା ବାଲି ବୋଝେଇ ଗାଡି
ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାରେ ବିଭିନ୍ନ ନଦୀରୁ ବେଆଇନ ଭାବେ ବେଧଡ଼କ ଚୋରା ବାଲି ଚାଲାଣ ହେଉଛି। ଆସିକା ଅଞ୍ଚଳରୁ ଗତ ଗୁରୁବାର ଦିନ ଅପରାହ୍ଣ ରେ ବେଆଇନ ଭାବେ ଚୋରା ବାଲି ଚାଲାଣ ସମୟରେ ବାବୁ ମାନେ ଚଢ଼ାଉ କରି ୪ ଟି ଗାଡ଼ିକୁ ଘାଟରୁ ନେଇଥିଲେ। ଗାଡ଼ି ଗୁଡ଼ିକୁ ନେବାର ୨୪ ଘଣ୍ଟା ପରେ ବି ଦାୟିତ୍ୱ ରେ ଥିବା ବାବୁ ମାନେ ମିଡ଼ିଆ ସାମ୍ମନା ରେ ମୁହଁ ଖୋଲିବାକୁ ନାରାଜ। ହେଲେ ଘାଟରୁ ନେଇଥିବା ଗାଡ଼ିକୁ ପ୍ରକୃତ ରେ ତର୍ଜମା ପାଇଁ ନିଆଯାଇଛି, ନାଁ ଚଢ଼ାଉ ଧର୍ମକୁ ଆଖିଠାର ବୋଲି ଆସିକାରେ ଚର୍ଚ୍ଚାର ବିଷୟ ପାଲଟିଛି। ବାବୁ ମାନେ ଗାଡ଼ିକୁ ଧରି ହରଡ଼ ଘଣାରେ ପଡ଼ିଥିବା ବେଳେ କାହା ନିର୍ଦ୍ଧେଶ କୁ ଅପେକ୍ଷା କରିଥିବା ନେଇ ଆଲୋଚନା ବି ହେଉଛି। ଚାହା ଖଟିରେ ଲୋକେ କହୁଛନ୍ତି ବାବୁ ମାନଙ୍କ ହାତରେ ଅଖଣ୍ଡ କ୍ଷମତା ଧରି ପାରିବେ ଛାଡ଼ିପାରିବେ ବୋଲି। ବାବୁ ମାନଙ୍କ ବିନା ଆଦେଶ ରେ ପତ୍ର ମଧ୍ୟ ହଲିବାର କ୍ଷମତା ନାହିଁ। କୌଣସି ବିଭାଗ ର ବାବୁ ମାନେ ଏହି ଧରପଗଡ଼ କରି ନେଇଥିବା ଗାଡ଼ି ସମ୍ପର୍କ ରେ ସୂଚନା ଦେବାକୁ ନାରାଜ ପଛରେ କି ରହସ୍ୟ ରହିଛି। ଗତ ଏକ ସପ୍ତାହ ମଧ୍ୟରେ ବାଲି ମାଫିଆ ଓ ନେତା ମାନଙ୍କ ଏକ ବୈଠକ ହୋଇ ଏରିଆ ବଣ୍ଟନ ହୋଇଥିବା ନେଇ ଚର୍ଚ୍ଚା ହେଉଛି। ଚୋରା ବାଲି ବ୍ୟବସାୟ ରେ କିଏ କେଉଁ ଦଳର ନେତା ହେଲେବି ଭାଗ ବଣ୍ଟା ରେ ସମସ୍ତେ ସମାନ ବୋଲି ଲୋକେ କହୁଛନ୍ତି।

ad-week
Leave A Reply

Your email address will not be published.